Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Tragedy

3  

Lokanath Rath

Tragedy

ଭାବୁଛି କହିବି ବୋଲି

ଭାବୁଛି କହିବି ବୋଲି

1 min
183


ବହୁତ ଦିନ ପାରେ ଏବେ ମୁଁ ଭାବିଲି 

କିଛି ଅକୁହା କଥା କହିବି 

ଶୁଣିବାକୁ କିଏ ସବୁ ଅଛନ୍ତି 

ଆଖି ମେଲି ଥରେ ମୁଁ ଚାହିଁଲି 

ଦେଖିଲି ସବୁ ତ ଅଛନ୍ତି 

ମତେ ନିରେଖି ହସୁ ହସୁ 

ଟିକେ ଚୁପ ଚାପ ହେଇଗଲେ 

ଭାବିଲି ମୁଁ କିଛି ଭାବୁଛନ୍ତି 

ମୁଁ ଟିକେ ଥମି ରହିଗଲି 

କେତେ କେତେ କଥା ଅଛି 

କେତେ କେତେ ସ୍ମୃତି ଅଛି 

ଭାବିଲି କିଛି କହିବି ବୋଲି 

ମନକୁ ଟିକେ ଥୟ କରି 

ଆଉଟି କି ଦେଖିଲି 

କିଛି ଅକୁହା କଥା ପାଇବି ବୋଲି 

ଦେଖୁ ଦେଖୁ କିଛି ଦବି ରହିଗଲା 

ସେହି ଅତୀତର ସ୍ମୃତି ଭିତରେ 

କହିଲା ରହିବାକୁ ଦିଅ ଏବେ 

ଆଗକୁ ଚାହଁ ସମୟ ଆସିଗଲା 

ମନକୁ ମୁଁ ବୁଝାଇଲି 

ଏମିତି କାହିଁକି ହେଉଛ ତୁମେ 

କହିବାକୁ ଦିଅ ମୋତେ ଏବେ 

ମୁଁ ଭାବୁଛି କହିବି ବୋଲି 

ଏବେ ଟିକେ ନିଜକୁ ସଜାଡି ନେଲି 

ସବୁ ଠିକ ଠାକ ହେଇଗଲା 

ସମସ୍ତେ ଚାହିଁଥାନ୍ତି ମୋତେ 

ମୁଁ କଣ ଭାବୁଛି କହିବି ବୋଲି 



Rate this content
Log in