Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Papu parida

Tragedy

4.0  

Papu parida

Tragedy

ପ୍ରେମ ନା ଆକର୍ଷଣ

ପ୍ରେମ ନା ଆକର୍ଷଣ

1 min
220


ବଦଳିଛି ସଂଜ୍ଞା ବଦଳିଛି ପ୍ରଥା

କଳୁଷିତ ପ୍ରେମ ଆଜି

ବାଲିଘର ଭଳି ସମ୍ପର୍କ ଭିତ୍ତିରେ

ପ୍ରଣୟ ପାଇଁ କି ରାଜି।


ପ୍ରେମର ସ୍ଥାୟୀତ୍ୱ ମାଗିଲେ ପ୍ରଣୟ

ତାହାକୁ ଅଟଇ ପ୍ରେମ

ଆକର୍ଷଣ ଆଜି ପ୍ରେମର ମୁଖାରେ

କରେ କେତେ ଘୃଣ୍ୟ କାମ।


ଯୌବନରେ ପାଦ ନୂଆଁ ନୂଆଁ ଥୋଇ

କାମନା ରଙ୍ଗରେ ରଙ୍ଗୀ

କାହିଁ ଯେ ଭୁଲନ୍ତି ସଂସ୍କାର ସଣ୍ଠଣା 

ବଦଳେ ଯେ ଅଙ୍ଗଭଙ୍ଗୀ।


ବାପାଙ୍କ ବିଶ୍ୱାସ ମାଆ ଆଦରର 

ଗଳାଟିକୁ ଚିପି ଦେଇ

ଏକି ସମ୍ମୋହନ ବାପା ମାଆ ସ୍ନେହ

ଯାଏ ଧୂଳିରେ ମିଳେଇ।


ଆକର୍ଷଣ ସାଜେ କେତେ ମୂଲ୍ୟବାନ

ବିଶ୍ୱାସ ହୁଅଇ ଶସ୍ତା

ବିରହ ସାଜିଲେ ଶେଷସ୍ଥଳ ତାର

ପଶ୍ଚାତାପ ଶେଷ ରାସ୍ତା।


ଅତୀତ ସ୍ମୃତିକୁ ଧମକ ସଜେଇ

ପ୍ରାଣ ସଙ୍ଗେ ଖେଳ ଚାଲେ

ଫେରିକି ପାଇବ ପୁରୁଣା ସମ୍ପର୍କ 

କେତେ ଅନୁତାପ କଲେ।


ବୃକ୍ଷାଚ୍ୟୁତ ଫଳ ଲାଗେ କି ବୃକ୍ଷରେ

ମୃତ ପାଏ କି ଜୀବନ

ଝରାଇଲେ ଲୁହ ମିଳିବନି ଆଉ

ହାରିଥିବା ସନମାନ।


ପ୍ରେମକୁ କରନି କଳୁଷିତ ଆଉ

ଈଶ୍ୱରଙ୍କ ଶେଷ ସୃଷ୍ଟି 

ମିଛ କାମନାରେ କାହିଁ ବଶୀଭୂତ

ଲକ୍ଷ୍ୟ ପଥେ ଦିଅ ଦୃଷ୍ଟି।



Rate this content
Log in

Similar oriya poem from Tragedy