ମନ ଓ ଭୟ
ମନ ଓ ଭୟ
ମନ ଅରଣ୍ୟ ର ଅନ୍ଧାରୁଆ ବାଟେ
ଆଲୋକ ର ନାହିଁ ଗୋଟିଏ ସ୍ରୋତ
ଅନ୍ଧାରର ସେହି କ୍ଷଣିକ ଭୟ ରୁ
ମନ ର ଗତି କୁ କରୁଛି ଦୃତ ।
ନିଛାଟିଆ ମନର ଶବ୍ଦଜାଲ ରୁ
ବଞ୍ଚିବା ପାଇଁ କରୁ ଅଛି ଯେ ଯୋଜନା
ଏତେ ଭୟାବହ ଦୃଶ୍ୟ ଯେ ସବୁ
ସତ୍ୟ ଅଟେ ଅବା ମନର କଳ୍ପନା ।
ଛାଇ ପରି ପାଦ ପଛେ ପଛେ
ମାଡ଼ି ଆସୁଅଛି କ୍ରୋଧ ର ପ୍ରଚଣ୍ଡ
ଅସତ୍ୟ ମନର ଚେତନା କୁ ଦେଖି
ମନ କୁ ଦେଉଛି ସତ୍ୟର ଦଣ୍ଡ ।
କୋମଳ ପ୍ରକାଶ ଭାବ ର ଉତ୍ସ କୁ
ହସିଁ ଚାହୁଁଅଛି ଏ କଠୋର ମନ
ସ୍ମରଣ କରୁଛି ନିଜରୀ କଳ୍ପନା
କାଟି ଚାଲୁଅଛି ରାତି ଓ ଦିନ ।
