STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ଅନାଥ ମଣିଷ

ଅନାଥ ମଣିଷ

1 min
198

ମୁଁ ବି ମଣିଷ ପରି ମଣିଷଟିଏ 

ସବୁ ମଣିଷ ପରି ଏନ୍ତୁଡ଼ିଶାଳେ ବି ଜନ୍ମ 

ବାପା ନୁହେଁ କି ନୁହେଁ ମାଆ 

ଦେଇନଥିଲେ ମୋର ଏ ନାଆଁ

ଗାଆଁ ଥିଲା ମୋର ଜନ୍ମ ଭୂଇଁ

ସବୁ ସକାଳ ପରି ସୂରୁଜ ଆସେ

ଗାଆଁର ଚଉଡ଼ା ଛାତି ଉପରେ ଜହ୍ନର 

ଜୋଛନା ବି ବିଛୁରିତ ହୁଏ

କୋଇଲିର କୁହୁ କୁହୁ ସଙ୍ଗୀତ 

ଶୁଭେ ଆମ୍ବ ତୋଟାର ଗହନତାରେ

ବିଲୁଆ ନନାର ହୁକେ ହୁ ବି ଶୁଭୁଥିଲା

ଗାଆଁ ଶେଷ ମୁଣ୍ଡ କିଆବୁଦାରୁ

ହଠାତ୍ ମୋ ପାଇଁ ବାସ୍ତବ ଜୀବନନଦୀଟା

ବଦଳାଇ ଦେଲା ତାର ଗତିପଥ

ବାପା ମାଆ ଚାଲିଗଲେ ବହୁ ଦୂର

ଅଫେରନ୍ତା ରାସ୍ତାର ପଥିକ ହୋଇ

ମୋ ପାଇଁ ମିଳିଗଲା ଆଉ ଏକ ନୂଆ ନାଆଁ

ସମାଜ ଆଖିରେ ମୁଁ ହୋଇ ଗଲି 

ଏକ ଅନାଥ ମଣିଷ।।


ମୋ ଆଖିରେ ସବୁ ଦେଖୁଥାଏ 

ଏ ଦୁନିଆର ସମସ୍ତ ବାସ୍ତବ ଚିତ୍ରସବୁ

ହେଲେ ମୁଁ କେବେ ମାଗି ପାରିନି 

ଅଝଟପଣର ସେହି ଖିଆଲି ମନକୁ

ସହରୀ ସଭ୍ୟତାର ସୁନେଲି ରୂପକୁ

କାଲି ଯାହା ଥିଲା ତାହା ଆଜି ଆଉ ନାହିଁ

ସବୁ ମୋ ପାଇଁ ଅଛିଣ୍ଡା ଗଣିତ ପରି

ଜୀବନଧାରାରେ ଯେବେ ମୁଁ କଷୁଥାଏ

ସବୁ କିନ୍ତୁ ସପନ ପରି ଆସେ ଆଉ ଚାଲିଯାଏ

ଦୁଃଖ, ଯନ୍ତ୍ରଣା ଓ ଅସହାୟର କୋହ ଭିତରେ

ଖୋଜୁଥିଲି ମୁଁ ଏକ ମଣିଷ ପଣିଆକୁ

କୁଆଡେ଼ ପାଇଲି ନାହିଁ

ଜଣେ ହିଁ କେବଳ ମୋର ସାହାଭରସା

ଜଗତର ନାଥ ପ୍ରଭୁ ଜଗନ୍ନାଥ

ମୁଁ ଜଣେ ମଣିଷ ଯିଏ ଅନାଥ।।


ରାତି ଦିନ ମୋ ପାଇଁ ସମାନ

ଖୋଜି ନାହିଁ କେବେ ବିଳାସବ୍ୟସନ

କିଏ କେତେ କରନ୍ତି ଅନାଦାର

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ 

ପେଟ ପାଇଁ ଚାଲିଥାଏ ଲଢେଇ

ଶୟନ ପାଇଁ ଖୋଜେ ନାହିଁ 

ଗଜଦନ୍ତ ପଲଙ୍କ  

କେବେ ବରଗଛ ଛାଇ କେବେ 

ପୁଣି ଫୁଟପାଥେ ଭଙ୍ଗାରୁଜା ପ୍ରତିମୂର୍ତ୍ତି

ମୋ ପାଇଁ ଅଟେ ଆଶ୍ରୟସ୍ଥଳୀ 

ନହେଲେ କେଉଁ ଅନାଥ ଆଶ୍ରମ

ମୋ ପାଇଁ ଦେଇଥାଏ ପରିଚୟ 

କାହିଁକି ନା ମୁଁ ଏକ ଅନାଥ ମଣିଷ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy