STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

କହିହୁଏନା

କହିହୁଏନା

1 min
362


ଏମିତି କିଛି କଥା ଥାଏ

ଯାହା ବି କେବେ କହି ହୁଏନା,

ଏମିତି କିଛି ବ୍ୟଥା ଥାଏ

ସହି ବି ହୁଏନା,

ପୁଞ୍ଜିଭୂତ ବେଦନାରେ ପରିପୂର୍ଣ୍ଣ

ଜୀବନ ଜଳି ଜଳି ଯାଏ,

ଜଳିବାକୁ ଇନ୍ଧନ ମିଳୁ ବା ନମିଳୁ

ନିଆଁ କିନ୍ତୁ ଲିଭେନା |


ଜୀବନ ଏମିତି ଏକ ଶିଖାଟିଏ

ବଞ୍ଚିଥିବା ଯାଏ ଦୁକୁ ଦୁକୁ ହେଉଥାଏ,

ଜୁଇରେ ଜଳିଗଲା ପରେ

ସବୁ ଲିଭିଯାଏ,

କିଏ ପର କିଏ ବା ନିଜର

ଏକା ଏକା ଆସିଥାଏ

ପୁଣି ଏକା ଚାଲିଯାଏ |


ଜନ୍ମରୁ ମୃତ୍ୟୁଯାଏ,

ମଝିରେ ଯେତିକି ସମୟ

କେବେ ତ ସୁଖରେ ଯାଏନା

ସର୍ବଦା ମନ ତା ଅଥୟ,

ଯାହାପାଇଁ ବିଶ୍ରାମ ନିଏନା

ରକ୍ତ,ସ୍ବେଦ ନିଗିଡାଏ

ସେ ଦିନେ ପର ହୋଇଯାଏ,

ସନ୍ଧ୍ୟା ଘନେଇ ଆସେ

କାହା ଆଗେ

କହି ବି ହୁଏନା,

ସହି ବି ହୁଏନା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy