STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଫ୍ରି ଇଣ୍ଡିଆର ସ୍ବପ୍ନ

ଫ୍ରି ଇଣ୍ଡିଆର ସ୍ବପ୍ନ

1 min
199


ସ୍ବତନ୍ତ୍ର ଦେଶରେ ଲୋକତନ୍ତ୍ର ରହୁ


ଫ୍ରି ଇଣ୍ଡିଆର ସ୍ବପ୍ନ,


ନେତା ବିଭିଷିକା ଲଜ୍ଜିତ କରଛି


ସ୍ବତନ୍ତ୍ର ଦେଶର ସ୍ବପ୍ନ।୧।


ଜାତିପ୍ରଥା ନେଇ ରାଜନୀତି ହୁଏ


ସତ୍ତାର ନିମନ୍ତେ ଯହିଁ,


ସ୍ବତନ୍ତ୍ର ଭାରତେ ଲଜ୍ଜା ଲାଗୁ ଅଛି


ଚିନ୍ତିତ କରୁଛି ତହିଁ।୨।


ଜାତୀୟ ଗଳଣା ନେତା ମାଙ୍ଗୁ ଅଛି


ନିଜ ସ୍ବାର୍ଥ ପାଇଁ ଯହିଁ,


ଜାତିବାଦୀ ନେତା ଜାତିର ପାଇଁ ହିଁ


ଜାତି ଜାତି ରାବ୍ ତହିଁ।୩।


କେହୁ କହୁ ଅଛି ଆମ ଏତେ ଜାତି


ସଂରକ୍ଷଣ ମିଳୁ ତାଙ୍କୁ,


ସଂରକ୍ଷଣ ନହୁ କୌଣସି ଜାତିର


ମିଳୁ ସମଭାବ ତାଙ୍କୁ।୪।


କେହୁ କହୁ ଅଛି ସଂରକ୍ଷଣ ଆମ


ଜନ୍ମଜାତ ଅଧିକର


ସବୁ ଦିନ ପାଇଁ ଲାଭ ମିଳୁ ଥାଉ


ପୈତୃକ ସେ ଅଧିକାର।୫।


ହୋଇନି ବିକାଶ ସଂରକ୍ଷଣ ଲାଭେ


ବିତି ଗଲା ଏତେ ବର୍ଷ,


ନୂତନ ଭାରତ ସ୍ବପ୍ନ କିମ୍ପା ଏବେ?


ବଢେ ସଂରକ୍ଷଣ ବର୍ଷ।୫।


ନାରୀ ନିର୍ଯ୍ୟାତନା ନିତି ହେଉ ଅଛି


ପୁଣି ରାଜନୀତି ତହିଁ,


ନିର୍ଯାତନା ହେଲା ଦଳିତ ସଙ୍ଗରେ


ରାଜନୀତି ହୁଏ ଯହିଁ।୭।


କୌଣସି କୁଳରେ ଜନ୍ମ ହେଲେ ମଧ୍ୟ


ମାତୃଶକ୍ତି ଆମ ପରା,


ଗୌରବ ହିଁ ଆମ ମାତୃଶକ୍ତି ପୁଣ


ଜନ୍ମଦାତ୍ରୀ ସେହୁ ପରା।୮।


ଜାତି ଭେଦ କିମ୍ପା ରାଜନୀତି ଏଠି?


ସମଭାବ ନାହିଁ କିମ୍ପା?


ରାଜତନ୍ତ୍ର ପରି ମନ ଭାବ କିମ୍ପା?


ସ୍ବତନ୍ତ୍ର ଭାରତ ପରା।୯।


ଦେଶରେ ରହିଣ ଦେଶର ଖାଇଣ


ଦେଶ ପ୍ରତି ଶତ୍ରୁ ଭାବ,


ମିଳିଛନ୍ତି ନେତା ତାଙ୍କରି ସଙ୍ଗରେ


ଦେଖି ଲଜ୍ୟା ଲାଗେ ଭାବ।୧୯।


ଦେଶର ଗୌରବେ ଆଲୋଚନା କିମ୍ପା?


ଦେଶ ପ୍ରତି ଚିନ୍ତା ନାହିଁ,


ସତ୍ତାର ନିମନ୍ତେ କଳେବର ସବୁ


ଜନସେବା ମଟେ ନାହିଁ।୧୦।


ନେତା ହୋଇ ପୁଣି ପୁଅ ପାଇଁ ଚିନ୍ତା


ଏହୁ କିପରିଟି ନେତ?


ଲାଭ ନିଜ ପାଇଁ ପୁଅ ସତ୍ତା ପାଇଁ


କରନ୍ତି ନାଟକ ନେତା।୧୦।


ବିନତୀ ଆମର ଆଜିର ଶାସକେ


ତୁର ହେଉ ଏହି ସବୁ,


ସଂରକ୍ଷଣ ନହୁ ଜାତି ଅନୁସାରେ


ନାଟକ ନହୁ ଏ ସବୁ।୧୧।


ନାରୀ ନିର୍ଯ୍ୟାତନା ନହୁଟି ଦେଶରେ


ନହୁ ତହିଁ ଜାତିବାଦ,


ତାର ନ୍ୟାୟ ପାଇଁ ହେଉ ସମଭାବ


ହେଉ ଏହି ମନ୍ତ୍ରବାଦ।୧୨।


ସ୍ବତନ୍ତ୍ର ଦେଶରେ ଲୋକତନ୍ତ୍ର ରହୁ


ଫ୍ରି ଇଣ୍ଡିଆର ସ୍ବପ୍ନ,


ନେତା ବିଭିଷିକା ଲଜ୍ଜିତ କରୁଛି


ସ୍ବତନ୍ତ୍ର ଦେଶର ସ୍ବପ୍ନ।୧୩।


#ଫ୍ରି ଇଣ୍ଡିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy