STORYMIRROR

puja pradhan

Romance Tragedy

3  

puja pradhan

Romance Tragedy

ଅକୁହା ମନ

ଅକୁହା ମନ

1 min
274

ଅକୁହା ମନରେ କେତେ କଥା ଅଛି

   କାହାକୁ କହି ପାରେନି

ଆଖିର ଲୁହକୁ ପୋଛି ଦିଏ ହେଲେ

  କୋହକୁ ରୋକି ପାରେନି ।

କାହିଁକି ମନରେ ଆସେ ତୋ ଭାବନା

  ସେ କଥା ଯେ ଜଣା ନାହିଁ

ପଚାରିଛି କେତେ କି ଦୋଷ ମୋର

  କରିଛି କହ କି ପାପ

ମନକଥା ମନେ ରହିଯାଏ ମୋର

  ଚାଲିଥାଏ ଅନୁତାପ ।

କଣ ପାଇଛି କେତିକି ପାଇଛି

  ସେ କଥାତ ଜଣା ନାହିଁ

ସାରା ଜୀବନକୁ କରିଛି ଅପେକ୍ଷା

  କେବଳ ତୋରି ପାଇଁ ।

 ଯୁଆଡ଼କୁ ଚାହେଁ ଯୁଆଡ଼କୁ ଯାଏ

    ସବୁଠି ଦେଖିଛି ତୋତେ

 ମୋ ହୃଦୟର ଏହି କଥାକୁ କିପରି

   ଭୁଲି ଯାଇଛୁ କି ସତେ ।

  ପ୍ରେମର ମାନେ ବୁଝିବା ଆଗରୁ

    ମନକୁ ହଜେଇଦେଲି

  କେବଳ ଯନ୍ତ୍ରଣା ଜାଣି ଜାଣି କାହିଁ

     ଏ ବାଟକୁ ନିଜର କଲି ।

  ପ୍ରତି ମୁହୂର୍ତ୍ତରେ ତିଳ ତିଳ ହୋଇ

     ମୋମନକୁ ମୁଁ ଜାଳି ଦେଲି

   ଭୁଲିବାକୁ ଭାବି ବାର ବାର

     ଖାଲି ତୁମକୁ ମୁଁ ଖୋଜୁଥିଲି ।

   ଜାଣେ ଆସିବନି ମୋ ପାଖକୁ ତୁମେ

     ହେଲେବି ମନ ବୁଝେନି

  କେତେ ଯନ୍ତ୍ରଣା ପରେବି

      ତୁମକୁ ଭୁଲି ପାରେନି ।

  ଆଜି ଅଛି ମୁଁ ପାଖରେଥାଇବି ନାହିଁ

     ପ୍ରତି ମୁହୂର୍ତ୍ତରେ ତୁମକୁ ଝୁରୁଛି ମୁହିଁ

 ସମୟର ସୁଅ ସତେକି

   ମୋ ପାଇଁ ଅଟକି ଗଲ

 ଅକୁହା ମନରେ କେତେ କଥା ମୋର

 ମୋ ମନରେ ରହିଗଲା ।।


Rate this content
Log in

Similar oriya poem from Romance