STORYMIRROR

Panchanan Jena

Romance

4  

Panchanan Jena

Romance

ସେଇ ଦୁଇ ମିନିଟ୍

ସେଇ ଦୁଇ ମିନିଟ୍

1 min
23


ଦିନଯାକର କ୍ଳାନ୍ତିକୁ 

ଏୟାର ବ୍ୟାଗ୍ ରେ ଝୁଲେଇ

ଅଫିସ କହୁଥିବା 

କଂପ୍ୟୁଟର-ପ୍ରୀଟଂର ମାଉସ୍

 ଆଗରେ ମୁଣ୍ଡ ଝୁକେଇ

ଟାରଗେଟ୍ ରିପୋଟ୍ 

ଭରଚୁଆଲ ମିଟିଙ୍ଗ

ଜୁମ୍ ପ୍ଲାଟଫର୍ମରେ ଟିମ୍ ଲିଡ଼ରର

ମୁଣ୍ଡରେ ପଶୁ ନ ଥିବା

ବକ୍ ବାସ୍ ଭାଷଣ ଶୁଣିବା ପରି

ସବୁ ବୁଝିବା ପରି ମୁଣ୍ଡ ଟୁଙ୍ଗୁରେଇ

ଆଜିର ସଫଟୱାର ଇଂଜିନିୟର 

ଅଫିସରୁ ବାହାରି ପଡନ୍ତି

କାନରେ ଇୟର କର୍ଡ ପୁରେଇ

ମୋବାଇଲରେ ବ୍ୟସ୍ତବିବ୍ରତ ହୋଇ

ସେହି ଟ୍ରାଫିକ୍ ନାଲିବତି ପାଖରେ 

ରହି ଯାଆନ୍ତି ଦୁଇ ମିନିଟ୍

ଅଟକି ଯାଆନ୍ତି କେଇ ମିନିଟ୍

କାହିଁକି କେଜାଣି ଜଣାନାହିଁ


ଆଶ୍ଚର୍ଯ୍ୟର କଥା

ଅନେକ ଚିହ୍ନା ଅଚିହ୍ନାବି ଲଟକି ଯାଆନ୍ତି

ସେହି କିଟ୍ ଛକ ଟ୍ରାଫିକ୍ ନାଲିବତି ଆଗରେ

ସଂଧ୍ୟାବେଳର ସେହି ସମୟରେ

ସେହି ବେଳ ରତରତ ସଂଧ୍ୟା ଆଗତ 

ମାହେନ୍ଦ୍ର ବେଳାରେ

ସେହି ଆକାଶ ଅସ୍ତାଚଳେ 

ଦୀନମଣି ଡୁବିବା ବେଳରେ


ପରେ ଜାଣିଲି

ସେହି ଦୁଇ ମିନିଟର ଅଠାକାଠି

ସେହି କେଇ ମିନିଟର ଜନତା ଆଖି ତରାଟି

 ନୀରବରେ ସେ ଆଡେ କଣେଇ ମୁଣ୍ଡ ବୁଲେଇ କୁହାଟି

ହେଲମେଟ୍ ଆଗ ଟେକିଦେଇ

କାର୍ ର କାଚ ଝରକା ଉଠେଇ

ଟ୍ରାଫିକ୍ ନାଲିବତି ପାଇଁ ନୁହଁ

ବାଁ କଡ଼ ତିନିତାଲା କୋଠା ଝରକା ପାଖରେ

ସେ ବସିଥାଏ ପରଦା ହଟେଇ

ସାହୁ ଭାଉଜ ପରି ଦାନ୍ତ ଦେଖେଇ

ଇଶାରା କରୁଥାଏ ହାତ ହଲେଇ

କେବେ ଝୁକିପଡ଼େ ଆଗ ଓହଳେଇ

କେବେ ଅନର୍ଗଳ ଗପୁଥାଏ ଆଖି ନଚେଇ


କ୍ଲାନ୍ତ ପଥିକ ପାଇଁ 

ଏହି କାଣିଚାଏ ଯଥେଷ୍ଟ

ଏହି ଝଳକେ ପଲକେ ସନ୍ତୁଷ୍ଟ

ସେଇ ଦୁଇ ମିନିଟର ପଲକବିହିନ ଅଦୃଷ୍ଟ

ଦୂର ପାହାଡ଼ର ସେଇ ମନଲୋଭା ଦୃଶ୍ୟ 

ଦେଖୁ ଦେଖୁ କ୍ଲାନ୍ତି କୁଆଡ଼େ ଡେଇଁ ଛୁ ମନ୍ତର 

ଖୁସି ଫୁଲରେ ମହକେ ସର୍ବାଙ୍ଗ ଅବଶିଷ୍ଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance