STORYMIRROR

Parameswar Ojha

Others Romance

3  

Parameswar Ojha

Others Romance

ଭା..ଆ..ରି ଭଲ ଲାଗେ

ଭା..ଆ..ରି ଭଲ ଲାଗେ

2 mins
167


ମୁଁ ଜାଣେନି ସଂପର୍କର ରଙ୍ଗ କେମିତି

କଳା କି ଧଳା ନାଲି କି ନିଳ

କିନ୍ତୁ ତୁମ ସହ ଭେଟ ହେଲା ପରେ

ସଂପର୍କର ରଙ୍ଗ କେମିତି ଗୋଟେ

ଆପଣାର ଆପଣାର ଲାଗେ


ତୁମକୁ ପାଖରେ ପାଇବାକୁ ନିତି ଇଛା ହୁଏ

ତୁମର ହସ ହସ ମୁହଁ

ଦେଖୁ ଦେଖୁ କୋଳେଇ ନେବାର ଆବେଗତା

ମନ ଭରି କଥା ହେବାର ଆତ୍ମୀୟତା

ସତରେ ଭା...ଆ...ରି ଭଲ ଲାଗେ ।


ତୁମର ଛୋଟରୁ ଛୋଟ କଥାକୁ ଧ୍ୟାନ ଦେବା

ଟିକି ନିଖି କଥାରେ ଯତ୍ନ କରିବା

ମନ ଭରି ଭଲପାଇବା ଝୁଣ୍ଟି ପଡିଲେ

" ଆଁ ହାଁ ଲୋ ମୋ ବାଇଆ "

ତୁମ ପାଟିରୁ ଆପେ ବାହାରି ପଡିବା

ସତରେ ଭା..ଆ..ରି ଭଲ ଲାଗେ ।


ସଭିଙ୍କ ପେଟ ପୁରିଲେ ନିଜେ ଖାଇବା

ନିଜକୁ ଅଣୁ କରି ଅନ୍ୟକୁ ବ୍ରହ୍ମା କରିବା

ନିଜ ମିଠା ମିଠା କଥାରେ ସଭିଙ୍କୁ ଆପଣେଇ ନେବା

କାହା ଦେହ ମୁଣ୍ଡ କ'ଣ ଟିକେ ହେଲେ

ନିଜକୁ ତାଙ୍କ ପିଛେ ଖର୍ଚ୍ଚ କରିବା

ସତରେ ଭା...ଆ...ରି ଭଲ ଲାଗେ


ସତରେ ‌ରକ୍ତର ବି ହେବେନି

ଯେତିକି ମୋ ପାଇଁ କରୁଛୁ

ଅଧ ରାତିରେ ମୋର ଦିକି ସିକି ଶବ୍ଦ ସୁଣି

ଯେବେ ମୋ ଦେହ ମୁଣ୍ଡ ଘସି ଦେଉ

ଲାଗେ ନିଜ ଜନ୍ମ କଲା ବୋଉ କି

ମୋ ପାଇଁ ତୁମ ସ୍ନେହ ଶ୍ରଦ୍ଧା ଭଲପାଇବା ସତରେ

ଭା..ଆ...ରି ମିଠା ମିଠା ଲାଗେ


ଦେଈ ଲୋ ମୋ ହାତରେ ସିନା ତୁ

ରାକ୍ଷୀଟେ ବାନ୍ଧିନୁ

ଆମ ରକ୍ତରେ ସିନା ସମାନତା ନାହିଁ

ହେଲେ ଲାଗୁଛି ଏମିତି

ତୁ ମୋତେ ଚିହ୍ନିଛୁ ଯେମିତି

ମୋ ବୋଉ ବି ମୋତେ ଚିହ୍ନିନି


ଆଖିରୁ ଲୁହ ଗଡିଲେ ବୋଉ ସିନା

ଲୁଗା କାନି ବଢେଇ ମନ ଭୁଲା କଥା କହେ

ହେଲେ ତୁ ଲୁହ ଗାଲରେ ଶୁଖିବାକୁ ଛାଡିଦେଇ କହୁ

ଆହୁରି କେତେ ଲୁହ ଏ ଗାଲ କୁ ଛୁଇଁବାର ଅଛି

ଭାଙ୍ଗି ପଡ ନା ଅନ୍ଧାର ପରେ ଆଲୁଅ ନିଶ୍ଚୟ ଅଛି

ଦେଈ ଲୋ ତୋ ଏଇ ଗୁଣ ସବୁ

ମୋତେ ଭା...ଆ...ରି ଭଲ ଲାଗେ


ମୋ ବୋଉ ସିନା

ବାପାଙ୍କ ଭୁଲ୍ ରେ ବି ଜବାବ୍ ଦିଏନା

ହେଲେ ତୁ ଭାଇନାଙ୍କ ଛୋଟ ଭୁଲ୍ କୁ ବି

ବରଦାସ୍ତ କରୁନା ନଇଁ ଯାଉନା

ତୋ ଆଖିରେ ଯାହା ଭୁଲ୍ ତାହା ଭୁଲ୍

ଯାହା ଠିକ୍ ତାହା ଠିକ୍

ସତରେ ତୋର ଏଇ ସ୍ପଷ୍ଟବାଦୀତା

ମୋତେ ଭା..ଆ...ରି ଭଲ ଲାଗେ


ଦେଈ ଲୋ ଗୁଣ ଯଦି ନକଲ କରି ହୁଅନ୍ତା ନାଁ

ତୋର ସବୁ ଗୁଣ ମୁଁ ନକଲ କରି ଦିଅନ୍ତି

ମାପି ଚୁପି କଥା କହିବା ସାନ ବଡ଼କୁ ସମ୍ମାନ ଦେବା

ଅଝଟ କୁ ବୁଝାଇବା ଅଭିମାନୀ କୁ ମନେଇବା

ଦଶ ଟଙ୍କାର ସଂସାରକୁ ବି

ହସ ଖୁସିରେ ଚଳେଇ ନେବା

ସତରେ ଭା...ଆ...ରି ଭଲ ଲାଗେ ।

ପରମେଶ୍ବର ଓଝା


Rate this content
Log in