Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayasena Pradhan

Romance

4  

Jayasena Pradhan

Romance

ଭବନା ରାଇଜ

ଭବନା ରାଇଜ

3 mins
272



ଭାବୁ ଭାବୁ ଭାବୁଥାଏ

ମୁଁ କାହା କଥା ଭାବୁଛି

କଣ ମୁଁ ଭାବୁଛି

ବରଷା ପାଇଁ ନା ଆକାଶ ପାଇଁ

ଜାଣେନାହିଁ ମୁଁ କିଛି

ହେଲେ ମୁଁ ଭାବି ବସୁଛି ।


ଲେଖୁ ଲେଖୁ ଭାବୁଛି ମୁଁ

କାହାପାଇଁ ଲେଖୁଛି

କଣ ମୁଁ ଲେଖୁଛି

ତରୁ ପାଇଁ ନା

କୁସୁମ ପାଇଁ

ଜାଣେନାହିଁ ମୁଁ କିଛି

ହେଲେ ମୁଁ ଲେଖି ବସୁଛି ।


ପଢୁ ପଢୁ ଭାବୁଛି ମୁଁ

କାହା କଥା ପଢୁଛି

କଣ ମୁଁ ପଢୁଛି ।

ପୁରାଣ ପୋଥି ନା

ଭାଗବତ ଗୀତା

ତୁମ କଥା ନା ମୋ କଥା ।


ତୁମ କଥା ମୋ କଥା

କିଛି ନୁହେଁ ଅଲଗା

ନୀଳ ଆକାଶରେ ଜହ୍ନ

ସାଗରେ ଲହରୀ

କେହି କାହାଠାରୁ ନୁହଁଇ ଅଲଗା

ଦୁହିଁଙ୍କ ଗୋଟିଏ କଥା ।


ଭାବି ଭାବି ଯାଏ ମୁଁ

ଭାବନା ସାଗରେ

ଭାବୁ ଭାବୁ ହଜିଯାଏ

ଭାବନା ରାଇଜରେ

ଭାବି ପଢି ଲେଖି

କେବେ ହଜିଯାଏ

ଭାବର ସିନ୍ଧୁରେ ।


ଯାହାକୁ ଯେ ଭଲପାଏ

ତାହାକୁ ସେ ଖୋଜୁଥାଏ

ମାନ ଯାହାପାଇଁ ଭାବେ

ସଦା ତାକୁ ଝୁରୁଥାଏ

ଯାହାପାଇଁ ଯିଏ

ଜନମ ଲଭିଛି

ତାକୁସେ ଭାବି ବସୁଛି ।


କା ହୃଦୟ ମନ୍ଦିରରେ

କିଏ ସେ କରିଛି ଘର

ଜାଣିନି ମୁଁ ଯେ ତାକୁ

ସାଥି ଯିଏ ଜୀବନର

ଜୀବନ ବାଟରେ

ଚାଲିବି ଭାବିଛି

ସଦା ହାତ ଧରି ତାର

ସେ ହିଁ ପ୍ରିୟତମା ମୋର ।


Rate this content
Log in

Similar oriya poem from Romance