STORYMIRROR

Kabiratna Nutan Kumar Behera

Romance Others

4  

Kabiratna Nutan Kumar Behera

Romance Others

ଭଲ ପାଇବାର ସେ ଶୂନ୍ୟକାଳରେ...

ଭଲ ପାଇବାର ସେ ଶୂନ୍ୟକାଳରେ...

1 min
33


ଭଲ ପାଇବାର ସେ ଶୂନ୍ୟକାଳରେ...

ନିର୍ଜନ ଦ୍ଵୀପରେ ବସି ମୁଁ ଭାବୁଥିଲି ଏକା ଏକା 

କେମିତି ହୋଇଥିବ ମୋ ସ୍ବପ୍ନର ସେ ଅଭିସାରିକା 

ପ୍ରେମର ମନ୍ଦିରରେ ସିଏ ଜାଳି ପ୍ରୀତିର ଦୀପାଳୀ 

ଭାବେ ମଜି ଦେଉଥିବ ହୃଦୟରୁ ପୀୟୂଷ ଢ଼ାଳି 

ମନେ ମନେ ଆଙ୍କୁଥିଲି ମୁଁ ତାକୁ ନଦେଖି ଏକ ଚିତ୍ର 

ମୋ ହୃଦୟ ଚାହୁଁଥିଲା ଯା' ସାଉଁଟୁଥିଲି ଏକତ୍ର 

କଳ୍ପି ମୋ କଳ୍ପନାକୁ ରଖୁଥିଲି ସ୍ବଚ୍ଛ ସୁନ୍ଦର ପବିତ୍ର 

ଅନିନ୍ଦ୍ୟ ରୂପ ଲାବଣ୍ୟ ତାର ଦେଖୁଥିଲା ମୋ ନେତ୍ର। 

ଭଲ ପାଇବାର ସେ ଶୂନ୍ୟକାଳରେ... 

ଲାଗୁଥିଲା ମୋତେ ସିଏ ମୋ ହୃଦୟର ରତ୍ନହାର 

ସ୍ତବ୍ଧ ମୁଗ୍ଧ ହୋଇ ମୁଁ ଭାବୁଥିଲି ଖାଲି ତାକୁ ନିରନ୍ତର 

ଲାଗୁଥିଲା ମୋତେ ସବୁ ରଙ୍ଗଭରା ଫଗୁଣ ଫଗୁଣ 

ଆନନ୍ଦ ଉତ୍ସାହରେ ଉଲ୍ଲସିତ ହେଉଥିଲି ମୁଁ ଦ୍ଵିଗୁଣ 

ସ୍ବପ୍ନମାନେ ଆସି ମୋ ଆଖି ସାମ୍ନାରେ କରୁଥିଲେ ଭିଡ଼ 

ମୋତେ ଭାରି ସୁନ୍ଦର ଦିଶୁଥିଲା ସେ ଦୂର ପାହାଡ଼ 

ସବୁଜ ସବୁଜିମାରୁ ଛୁଟି ଆସୁଥିଲା ଫୁଲର ସୁବାସ

ଅଜାଣତେ ମୋ ଅଧରରେ ଫୁଟୁଥିଲା ମଧୁ ହସ। 

ଭଲ ପାଇବାର ସେ ଶୂନ୍ୟକାଳରେ...

ଭଲ ପାଇଲା ପରେ ପରେ ଲାଗେ ସବୁ ଓଲଟା 

ମୋର ସୂକ୍ଷ୍ମ ଭାବନା ନିକଟେ ହେଉଛି ମୁଁ ହଟହଟା 

ମାନସିକ ଚାପ ପଡ଼ି ହୁଏ ପ୍ରବଳରୁ ପ୍ରବଳତର 

ମୁଣ୍ଡ ବିଗିଡି ପାରିପାର୍ଶ୍ବିକ ଅବସ୍ଥା ହୁଅଇ ଗୁରୁତର 

କଳ୍ପନା ଆଉ ବାସ୍ତବତା ମଧ୍ୟରେ କରୁଛି ତୁଳନା 

ଲାଗେ ମୋତେ ମରୀଚିକା ପରି ଏ ଏକ ପ୍ରବଞ୍ଚନା 

ଭାବି ନ ଥିଲି ଦୁଇ ଭିତରେ ଅଛି ଏତେ ଫରକ 

କେତେ ସ୍ବତନ୍ତ୍ର ନିଆରା ଥିଲା ମୋ ଭାବର ମୂଲକ। 

ଭଲ ପାଇବାର ସେ ଶୂନ୍ୟକାଳରେ...

ଫଗୁଣର ମଧୁ ମହକ ହୁଏ ଧାରା ଶ୍ରାବଣର ଅଶ୍ରୁଝର 

ସ୍ବର୍ଗର ଦିବ୍ୟ ପରିକଳ୍ପନା ହୁଏ ନର୍କରେ ରୂପାନ୍ତର 

ଖୋଜୁଥିବା ଚିରନ୍ତନ ପ୍ରେମ ହୁଏ ଏଠି ସବୁ ମହଙ୍ଗା 

ତର୍କ ବିତର୍କର ସଂଘର୍ଷରେ ହୃଦୟ ହୁଏ ଭଙ୍ଗା 

ଲାଗେ ସବୁ ପ୍ରହେଳିକାମୟ ମିଛ ମାୟାର ଜାଲ 

ଜୀବନ ଜିଇଁବାକୁ ହୁଏ ସ୍ୱାର୍ଥକୁ କରି ସୁରକ୍ଷାର ଢ଼ାଲ 

ଭଲ ପାଇବା ଆଗରୁ ଥିଲା ଯା' ଯା' ସକରାତ୍ମକ 

ଏବେ ତା' ଉଜୁଡ଼ା ବିକ୍ଷିପ୍ତରେ ହୁଏ ନୈରାଶ୍ୟଜନକ 

ଭଲ ପାଇବାର ଶୂନ୍ୟକାଳରେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance