STORYMIRROR

Jayasena Pradhan

Romance

4  

Jayasena Pradhan

Romance

ଭାବନା ରାଇଜ

ଭାବନା ରାଇଜ

3 mins
422

ଭାବୁ ଭାବୁ ଭାବୁଥାଏ

ମୁଁ କାହା କଥା ଭାବୁଛି

କଣ ମୁଁ ଭାବୁଛି

ବରଷା ପାଇଁ ନା ଆକାଶ ପାଇଁ

ଜାଣେନାହିଁ ମୁଁ କିଛି

ହେଲେ ମୁଁ ଭାବି ବସୁଛି।

ଲେଖୁ ଲେଖୁ ଭାବୁଛି ମୁଁ

କାହାପାଇଁ ଲେଖୁଛି

କଣ ମୁଁ ଲେଖୁଛି

ତରୁ ପାଇଁ ନା

କୁସୁମ ପାଇଁ

ଜାଣେନାହିଁ ମୁଁ କିଛି

ହେଲେ ମୁଁ ଲେଖି ବସୁଛି ।

ପଢୁ ପଢୁ ଭାବୁଛି ମୁଁ

କାହା କଥା ପଢୁଛି

କଣ ମୁଁ ପଢୁଛି ।

ପୁରାଣ ପୋଥି ନା

ଭାଗବତ ଗୀତା

ତୁମ କଥା ନା ମୋ କଥା ।

ତୁମ କଥା ମୋ କଥା

କିଛି ନୁହେଁ ଅଲଗା

ନୀଳ ଆକାଶରେ ଜହ୍ନ

ସାଗରେ ଲହରୀ

କେହି କାହାଠାରୁ ନୁହଁଇ ଅଲଗା

ଦୁହିଁଙ୍କ ଗୋଟିଏ କଥା ।

ଭାବି ଭାବି ଯାଏ ମୁଁ

ଭାବନା ସାଗରେ

ଭାବୁ ଭାବୁ ହଜିଯାଏ

ଭାବନା ରାଇଜରେ

ଭାବି ପଢି ଲେଖି

କେବେ ହଜିଯାଏ

ଭାବର ସିନ୍ଧୁରେ ।

ଯାହାକୁ ଯେ ଭଲପାଏ

ତାହାକୁ ସେ ଖୋଜୁଥାଏ

ମାନ ଯାହାପାଇଁ ଭାବେ

ସଦା ତାକୁ ଝୁରୁଥାଏ

ଯାହାପାଇଁ ଯିଏ

ଜନମ ଲଭିଛି

ତାକୁସେ ଭାବି ବସୁଛି ।

କା ହୃଦୟ ମନ୍ଦିରରେ

କିଏ ସେ କରିଛି ଘର

ଜାଣିନି ମୁଁ ଯେ ତାକୁ

ସାଥି ଯିଏ ଜୀବନର

ଜୀବନ ବାଟରେ

ଚାଲିବି ଭାବିଛି

ସଦା ହାତ ଧରି ତାର

ସେ ହିଁ ପ୍ରିୟତମା ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance