Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

bismita bahinipati

Romance

3  

bismita bahinipati

Romance

କ୍ଷତ ଏକ କ୍ଷତାକ୍ତ ପ୍ରାଣର

କ୍ଷତ ଏକ କ୍ଷତାକ୍ତ ପ୍ରାଣର

2 mins
155



ଆମ ସମ୍ପର୍କକୁ 

ତୁମେ ସିନା 

ସହଜରେ ଭୁଲିଗଲ , 

ଭୁଲିଗଲ ଆମର 

ସେହି ମଧୁର 

ମୁହୂର୍ତ୍ତ ସବୁକୁ 

ମୁଁ କିନ୍ତୁ କିଛି ବି 

ଭୁଲିପାରୁନି 

କି ଭୁଲି ପାରିବିନି , 

ନା ତୁମକୁ , 

ନା ସେହି ମୁହୂର୍ତ୍ତମାନକୁ 

କିଛିକୁ ବି ନୁହେଁ

କେବେ ବି ନୁହେଁ ୲ 

କାଲି ଯେମିତି ଭଲପାଉଥିଲି 

ଆଜି ବି ଠିକ୍ ସେମିତି 

ତଫାତ ଏତିକି 

କାଲି ତୁମେ ମୋ' ସହ ଥିଲ 

କିନ୍ତୁ ଆଜି ଆଉ କାହା ସହ ଅଛ ୲ 


ମୋ' ଅଜାଣତରେ 

ତୁମ ପ୍ରତିଛବି 

ମୋ' ହୃଦୟର କାନଭାସରେ  

କେବେ କେମିତି ଆଙ୍କି ହୋଇଗଲା 

ମୁଁ ନିଜେ ବି ଜାଣିପାରିଲିନି , 

ଆଉ ଯେତେବେଳେ ଜାଣିଲି , 

ଲାଗିଲା ମୁଁ ତୁମ, 

ପ୍ରେମରେ ପଡ଼ିସାରିଛି

ସମ୍ପୂର୍ଣ୍ଣ ରୂପେ ୲ 

ମନ ପ୍ରାଣ ଆତ୍ମା ସ୍ତରରେ 

ତୁମକୁ ନିଜ ଠୁଁ 

ନିଜର କରିସାରିଛି ଯେମିତି  ୲ 


ତୁମର ଛୋଟ ବଡ଼ 

ସବୁ କଥା ମୋତେ , 

ନିଜର ନିଜର ଲାଗୁଥିଲା ସେତେବେଳେ ୲ 

ଅନାୟାସରେ , 

ନିଜର ମନ ହୃଦୟକୁ 

ତୁମ ଠାରେ 

ସମ୍ପୂର୍ଣ୍ଣ ସମର୍ପି ଦେଇଥିଲି , 

କିନ୍ତୁ ମୁଁ କ'ଣ ଜାଣିଥିଲି , 

ତୁମର ମୋ' ପ୍ରତି 

କେବେ କିଛି ଭଲପାଇବା , 

କି ପ୍ରେମ ନଥିଲା ବୋଲି  ? 


ବହୁତ ଆଘାତ ପାଇଲି 

ଯେଉଁଦିନ ଜାଣିଲି 

ତୁମେ ମୋ' ଭଳି 

ଆଉ କେତେ ଯେ  

ସରଳ, ନିଷ୍ପାପ ନାରୀର  

ମନ ଓ ହୃଦୟ ସହ 

ଠିକ୍ ଏମିତି 

ଖେଳ ବି ଖେଳିଛ ୲ 


ତଥାପି ବି , 

ନା ମୁଁ ତୁମକୁ ଭୁଲ୍ ବୁଝିଲି 

ନା ଦୋଷୀ ମାନିଲି ,  

ନା ଦୋଷ ଦେଲି ୲ 

ନିଜ ପାଖରେ କିଛି 

କମି ରହିଗଲା ବୋଲି ଧରିନେଲି ୲ 


ବେଳେ ବେଳେ , 

ବହୁତ ଚେଷ୍ଟା କରେ 

ସବୁ କିଛିକୁ ଭୁଲି ଯିବି 

ଭୁଲିଯିବି ଆମ ସମ୍ପର୍କକୁ , 

ଆମର ସେହି ଅନ୍ତରଙ୍ଗ 

ମୁହୂର୍ତ୍ତ ସବୁକୁ ,  

ଯାହା ମୋତେ ପ୍ରତି ମୁହୂର୍ତ୍ତରେ 

କ୍ଷତାକ୍ତ କରୁଛି 

ଛିନ୍ ଭିନ୍ କରୁଛି 

ମୋ' ନିରୀହ ଆବେଗ ସବୁକୁ , 

ମୋ' ଅନ୍ତରାତ୍ମାକୁ ୲ 


କିନ୍ତୁ ପାରୁନି ଭୁଲି 

ହାରିଯାଉଛି ସବୁବେଳେ

ନିଜ ପାଖରେ ନିଜେ ୲  

ବେଳେ ବେଳେ , 

ବହୁତ ଖୁସି ଅଛି ବୋଲି 

ବାହାରକୁ ମିଛରେ ସିନା , 

ଦେଖେଇ ହେଉଛି ୲ 

କାମର ଚାପରେ , 

ନିଜକୁ ସବୁବେଳେ ବ୍ୟସ୍ତ ରଖୁଛି , 

କିନ୍ତୁ

କ'ଣ ମୁଁ ତୁମକୁ ଭୁଲି ପାରୁଛି ? 


ସବୁ ବ୍ୟସ୍ତତାକୁ ଆଡ଼େଇ 

ତୁମ ଭାବନା ସବୁ ବାର୍ ବାର୍ 

ଚାଲି ଆସୁଛି ଆପଣା ଛାଏଁ 

ମୋ' ମନ ଆକାଶକୁ 

ଆଚ୍ଛାଦିତ କରି , 

ସତେକି ଅଦିନିଆ 

ଭସା ମେଘ ଖଣ୍ଡ ମାନ ୲

ଆଉ ବିନା ଶ୍ରାବଣରେ 

ବରଷି ଯାଉଛି 

ମୋ' ଦୁଇ ଆଖିର 

ଲୁହ ଧାର ହୋଇ ୲ 


ଆଜି ବି ମୁଁ ବଞ୍ଚିଛି , 

ପ୍ରାଣହୀନ ଜୀବଟିଏ ପରି  

ସତେ ଯେମିତି ଜଳ ବିହୁନେ 

ଜଳ ଜୀବଟିଏ ୲ 

ପ୍ରତି ମୁହୂର୍ତ୍ତରେ 

ମୋର ମନ ଆଉ ବିବେକ ମଧ୍ୟରେ 

ଚାଲିଛି ଘମାଘୋଟ ଲଢ଼େଇ 

ଦୁଇଟି ବିରୋଧୀ ଦଳ ପରି ୲ 


ମନକୁ ଯେତେ ବି 

ଭୁଲାଇବାକୁ ଚେଷ୍ଟା କରୁଛି , 

କିଛି ମୁହୂର୍ତ୍ତ ପରେ 

ସେ ବୁଲି ବାଲି ଆସି 

କେନ୍ଦ୍ରୀଭୂତ ହେଉଛି , 

କେବଳ ତୁମ ପାଖରେ 

ତୁମରି ଭାବନାରେ ୲ 


ହୃଦୟର ସମସ୍ତ କୋହ ଆବେଗକୁ 

ହୃଦୟରେ ଚାପି ରହିବାର 

ସମସ୍ତ ପ୍ରୟାସ ମୋର 

ବୃଥା ଓ ନିଷ୍ଫଳ ଯାଉଛି ୲  

ଅମାନିଆ ଲୁହକୁ 

ଆଖିର ବନ୍ଦ ପଲକ ମଧ୍ୟରେ 

ଲୁଚାଇବା ଯେ' କେତେ କଷ୍ଟ 

ତାହା କେବଳ ଅନୁଭବୀ ହିଁ ବୁଝିଛି ୲ 

ନା ମୁଁ ଲୁଚାଇ ପାରୁଛି 

ମୋ' ଆଖିର ଲୁହକୁ 

ନା , ତୁମେ ଦେଇଥିବା 

ଛଳନା, ଅବିଶ୍ଵାସ ଓ 

ପ୍ରତାରଣାର ଛୁରାରେ  

ସେହି କ୍ଷତାକ୍ତ କ୍ଷତକୁ ୲ 


ଆଉ କାହା ସହ 

ନୂଆ ସମ୍ପର୍କ ଗଢ଼ିବାକୁ ବି 

ଆଜି ଡ଼ର ଲାଗୁଛି ମୋତେ ୲ 

ମୁଁ ଜାଣେ , ମୋ' ପ୍ରେମର

ଉପହାର ରୂପେ 

ତୁମେ ଦେଇଥିବା କ୍ଷତଟି  

ଆଉ କେବେ ବି ପୂରଣ ହେବନି 

କି ଶୁଖିବ ବି ନାହିଁ 

କାରଣ ସେ କ୍ଷତର 

ସମ୍ପୂର୍ଣ୍ଣ ଉପଚାର ପାଇଁ 

ନା କିଛି ଔଷଧ , ନା ମଲମ 

କେହି ବି ତିଆରି କରି ପାରିନି  

ଆଜି ଯାଏ ୲୲


               


Rate this content
Log in