STORYMIRROR

bismita bahinipati

Inspirational Others

3  

bismita bahinipati

Inspirational Others

କୂଳ ନନ୍ଦନ

କୂଳ ନନ୍ଦନ

1 min
447

ତୁ ପରା କୂଳ ନନ୍ଦନ

ପିତା ମାତାଙ୍କ ହୃଦ ଚନ୍ଦନରେ

ତୋର ଆଗମନ ସୂଚନା ପାଇଁ କି

ଦେବାଦେବୀ ପୀଠ ଧାଇଁ,

ଦେବତା କରୁଣା ବିନା ଏ ସଂସାରେ

କିଛି ସମ୍ଭବ ନୁହଁଇ।

ଯେବେ ତୁ ଛୁଇଁଲୁ ପୃଥିବୀ ମାତାକୁ

ଜନ୍ମ ଦାତ୍ରୀ ମାତା ତୋର,

ଗର୍ଭ ଯନ୍ତ୍ରଣାରେ କରୁଣ ଚିତ୍କାରେ

ହେଉଥିଲା ନାରଖାର।

ଭୂମିଷ୍ଠ ସନ୍ତାନ ନିରେଖୀ ନୟନ

ପୂର୍ଣ୍ଣ ହେଲା ଲୋତକରେ,

ଆନନ୍ଦାଶ୍ରୁ ତାହା ଥିଲା ବଦନରେ

ସ୍ମିତହାସ୍ୟ ଥିଲା ଧାରେ।

କୋଟିନିଧି ପାଇ ପିତା ମାତା ଦୁଇ

କେତେ ସପନ ଦେଖିଲେ,

ସମସ୍ତ ସାମର୍ଥ ଶକତି ଖଟାଇ

ସ୍ୱପ୍ନକୁ ସାକାର କଲେ।

କୂଳ ବଧୂଟିଏ ଖଞିଦେଲେ କୂଳ

ନନ୍ଦନ ପାଇଁ କି ପରା,

ତାଙ୍କ ସୁଖ ସ୍ନେହ ଚମକଇକି

ଦେଖିହେବେ ଆତ୍ମ ହରା।

କୂଳ ନନ୍ଦନର ଲଖ୍ଣଣ ରେଖାଟି

ଆଜି ସେତ ଭୂଲିଯାଏ,

ପିତା ମାତାଙ୍କର ଆଶା ଓ ଭରସା

ସୂତାଖିଏ ଝୁଲୁଥାଏ।

ପିତୃମାତୃଋଣ ପରିଶୋଧ ପାଇଁ

କେଉଁ ସନ୍ତାନ ସକ୍ଷମ?

ତାଙ୍କ ଵଦନରେ ହସ ଭରିଦେଵା

ସନ୍ତାନର ଶ୍ରେଷ୍ଠଧର୍ମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational