Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Romance Others

4  

ABADHOOT PANDA

Romance Others

ଅପ୍ରତ୍ୟାଶିତ ବନ୍ଧନ

ଅପ୍ରତ୍ୟାଶିତ ବନ୍ଧନ

3 mins
401



ଯାଉଥିଲି ଦିନେ କାଠଯୋଡ଼ି ନଈ କୂଳେ

କୋଇଲିର ସୁରେ ସୁରେ ମଳୟ ପବନରେ ll


ପଦ ବାବୁଙ୍କ ଗାଡ଼ି ଗଲା ଥକି ଅଟକି ମୁଁ ଗଲି

ବସିଵାକୁ ମନ ହେଲା ନଈ ବନ୍ଧକୁ ଆଦରିଲି ll


ଦେଖିଲି ଏକ ତରୁଣୀ ବସିଥିଲା ମୋ ପାଶେ

ପଚାରିଲି ଏକାକିନୀ ବସିଅଛ କିସ ଆଶେ ll


କହିଲା ତରୁଣୀ ମୁରୁକି ହସି ହସି ମିଠା ସୁରେ

ଅପେକ୍ଷାରତ ମୋ ସାନ ଭାଇକୁ ହତାଶାରେ ll


କଲେଜ ପଢ଼ୁଆ ଭାଇ ମୋର ରସିକ ନାଗର

ସବୁବେଳେ ଖଟି କରେ ବସି ମନେ ନାହିଁ ଡର ll


ହାତ ଘଣ୍ଟାକୁ ଦେଖିଲି ବାଜିଛି ସାଢ଼େ ପାଞ୍ଚଟା

କାହିଁ ଗଲା ତୁମ ଭାଇ ଭାରି ଖେଛଡ଼ ଟୋକାଟା ll


କହିଲା ତରୁଣୀ ମାବାପା ମୋର ଦେଇଛନ୍ତି ମୁହଁ

ମତେ କରି ହତାଦର ଝିଅ ବୋଲି ଜାଚ୍ଛାତା କହି ll


କଣ କର ତୁମେ ପଚାରିଲି ତରୁଣୀକୁ ମନେଇ

ଚାକିରି କରେ ସେତ ଘରେଇ କମ୍ପାନୀକୁ ଯାଇ ll


ଗପୁ ଗପୁ ଏତେ କଥା ପହଞ୍ଚିଗଲା ତାର ଭାଇ

ଏତେ ଡେରି କଲୁ ଟୋକା ମୋତେ ଏଠି ବସାଇ ll


ଠିକ କହିନୁ ନାନୀ ମୁଁତ ନୁହେଁ ଦୁଷ୍ଟ ତୋର ଭାଇ

ଯାଇଥିଲି ସଙ୍ଗୀତ ସ୍କୁଲ୍ କୁ ମୁହିଁ ଛୁଟି ପରେ ଧାଇଁ ll


ଗୀଟାର ଶିଖୁଛି ସେଠି ମନ ପ୍ରାଣ ଢାଳି ସୁଲୟରେ

ଅଛି ଲକ୍ଷ୍ୟ ମୋର ହବାକୁ ସଂଗୀତଜ୍ଞ ସୁଶିକ୍ଷାରେ ll


ତରୁଣୀ ହେଲା ଉଚ୍ଛନ ଯିବାକୁ ଘରକୁ ଭାଇ ସାଥେ

ଦର୍ଶନାନ୍ତେ ଖାନନଗର ଚଣ୍ଡୀଙ୍କୁ ସିନ୍ଦୁର ବୋଳି ମାଥେ ll


ଭାଇ ଭଉଣୀ ଦୁହେଁ ବସିଲେ ନିଜ ନିଜ ସ୍କୁଟିରେ

ମୋବାଇଲ ଫୋନ ସଜତନେ ରଖି ମୁଣି ଭିତରେ ll


ମୋତେ ଡାକିଲେ ସେମାନେ ତାଙ୍କ ଘରକୁ ସାଦରେ

ବସନ୍ତର ଗୀତ ସୁରେ ମଳୟ ପବନ ତାଳେତାଳେ ll


ପହଞ୍ଚିଲୁ ତରୁଣୀର ଘରେ ଅଧ ଘଣ୍ଟା ବିତିଲା ପରେ

ବାପା ମା ତାର ବଡ଼ ମିଶାଣିଆ ପ୍ରେମୀଳ ଭଙ୍ଗୀରେ ll


ପଚାରିଲେ ତରୁଣୀ ପିତା କଣ କର ତୁମେ ପୁଅରେ 

କହିଲି ମୁଁ ଗ୍ରାମ୍ୟବ୍ୟାଙ୍କ ଅଫିସର ଘର କଟକରେ ll


ଗୋଟିଏ ବୋଲି ମୁଁ ଗେହ୍ଲା ପୁଅ ମୋ ବାପାମାନଙ୍କର 

ଅନ୍ଧର ଲଉଡ଼ି ଆଶାର ଆଲୋକ ଭବିଷ୍ୟ ସଂସାରର ll


ତରୁଣୀ ପିତା କହିଲେ ମୋର ବି ଗୋଟିଏ ପୁଅ ଝିଅ

ଝିଅ ପାଇଁ ମୁଣ୍ଡ ଘୁରେ ଆମ ବାନ୍ଧିବୁ ହାତଗଣ୍ଠି ଖିଅ ll


କେମିତି ଆସୁଛି ମନକୁ କୁହ ପୁଅ ତୁମେ ମୋର ଝିଅ

ନମିତା ନା ଦେଇଛି ସତରେ ସେ ତ ନମ୍ରତାର ଘିଅ ll


ପସନ୍ଦ ହେଲେ କୁହ ତୁମ ବାପାଙ୍କୁ କହିବି ଆଗ ଯାଇ

ଜାତକ ମିଶିଲେ ଆସନ୍ତା ଜ୍ୟେଷ୍ଠେ ଦବା କାମବଢ଼ାଇ ll


ମୁଣ୍ଡ ନଇଗଲା ମୋର ଲାଜେ ପାଟି ହେଲା ଆପୁ ଆପୁ

ଟୁଙ୍ଗାରି ଦେଲି ମୁଁ ମୁଣ୍ଡ ମଉନେ ସମ୍ମତି ଲକ୍ଷଣେ ବପୁ ll


ଚା ଜଳ ଖିଆ ଲାଗି ହେଲା ମୋତେ କଥା ଶେଷ ପରେ

ବିଦାୟ ନେଲି ମୁଁ ଅନ୍ତର ଖୁସିରେ ପହଞ୍ଚିଲି ଆଶୁ ଘରେ ll


ଦିବା ସ୍ବପ୍ନ ପରି ଯଦିଓ ଲାଗୁଥିଲା ତଥାପି ଖୋଲିଲି ମୁହଁ

ବାପାମାଆଙ୍କ ଆଗେ ବଖାଣି ବସିଲି ସବୁ ନମିତା ଝିଅ ll


ନମିତାର ବାପାଙ୍କ ନା "ଅମର" ଯେବେ ଦେଲି ବଖାଣି

ଆଉ ଠିକଣା ଘରର ଥାତି ସବୁ ମୋ ସ୍ମୃତିରୁ ଟାଣି ଟାଣି ll


ଖୋସି ହୋଇଗଲା ଆଖି ବାପାଙ୍କ ଅମର ନାଆ ଶୁଣି

କୁଣ୍ଡେଇ ପକେଇଲେ ସେ ମୋତେ ଅଲିଅଳେ ଜାଣି ll


କହିଲେ ବାପା ତୁ ଅଟୁ ଅତି ଭାଗ୍ୟବାନ ପୁଅ ମୋର

ଅମର ମୋର କଲେଜ ବନ୍ଧୁ ଅତି ପ୍ରିୟ ସଖାଟି ମୋର ll

ଏକାଠି କରିଛୁ ବିଏ ପାସ ଖ୍ରୀଷ୍ଟ କଲେଜରୁ କୃତୀ ସହ

ପାରିବାରିକ ସ୍ନେହେ ପ୍ରେମେ ବାନ୍ଧି ପରିବାର ଆମ ଦ୍ବୟ l


ଶୁଭସ୍ୟ ଶୀଘ୍ରମ୍ ଚାଲେ ଯିବା କାଲି ତା ଘରକୁ ଆଗ

ବିବାହ କରିଦେବା ପକ୍କା ନକରି ବିଳମ୍ବ ଦେଇ ସୁଆଗ ll


ଚାହୁଁ ଚାହୁଁ ହେଲା ଜ୍ୟେଷ୍ଠ ମାସର ତିଥିରେ ବିବାହ ସ୍ଥିର

ଜାତକ ଗଲା ମିଶି ଜ୍ୟୋତିଷ ସୂତ୍ରେ ମୋର ନମିତାର ll


ବାଖରାବାଦ ମଠରେ ହେଲା ଆମ ନିର୍ବନ୍ଧ ଆୟୋଜନ

ସମସ୍ତେ ଭୁଞ୍ଜି ପ୍ରାସାଦ ଫଳ ମୂଳ କଲେ ସୁଖେ ଶୟନ ll


ସପ୍ତାହକ ପରେ ବାଜି ଉଠିଲା ମାଙ୍ଗଳିକ ଭେରି ତୁରୀ

ଆମ ଦୁଆରେ ସଜାସଜି ଧନ୍ଦା ସରିଲା କାଳିଆ ସୁମରି ll


ରାଜାବଗିଚାରୁ ଛୁଟିଲା ପାଲିଙ୍କି ମୋର ମାରକୁଣ୍ଡି ଧରି

ଶେଖବଜାର ଯାଏଁ ଶୋଭାଯାତ୍ରା ଲମ୍ବି ନକରି ଖାତିରି ll


ମାତାଲ ସାହି ଟୋକା ନାଚି ନାଚି ମାଇକଗୀତ ତାଳେ

ଝୁମି ଝୁମି ପାଲିଙ୍କି କଡ଼େ କଡ଼େ ଛିଞ୍ଚି ପରଫ୍ୟୁମ ଢାଳେ ll


ବିବାହ ସାରି ବାପା ମୋ ଚଉଠି କରମ କଲେ ଜମାଇ

ବରଯାତ୍ରୀ ବନ୍ଧୁବାନ୍ଧବମାନଙ୍କୁ ପେଟେ ଖୁଆଇ ପିଆଇ ll


ଚଉଠି ରାତିର ବାସର ପଲଙ୍କେ ଥିଲା ପାଶେ ଶୋଇ

ନମିତା ଅପ୍ରତ୍ୟାଶିତ ସ୍ବପ୍ନ କନ୍ୟା ସେତ ଖିଲିପାନ ଖାଇ l


ସୁବାସ ଅତରେ ହଳଦୀ ମାଖରେ ସେ ତନୁ ପାତେଳି

କଟକିଆଣି ଝିଅ ମୁ ବି କଟକିଆ ପୁଅ ନଥିଲା ଭାଳେଣି ll


ବାର୍ତ୍ତାଳାପ ସୁଖେ ଶୃଙ୍ଗାର ରସରେ ମଜ୍ଜିଗଲୁ ଆମେ

ଦୁହେଁ ଦୁହିଁଙ୍କୁ କରି ଆଲିଙ୍ଗନ ରାତି ବିଡାଇଲୁ ଧରମେ ll


କାଠ ଯୋଡ଼ି ନଈ ବନ୍ଧୁ ଆରମ୍ଭ ପ୍ରଜାପତି ସୂତ୍ର ଆମ୍ଭର

ଅତନୁ ଚକ୍ରାନ୍ତେ ଋତୁରାଜ ଦରବାରେ ହେଲା ସିଦ୍ଧତର ll


ଆଜି ମୁଁ ହୋଇଛି ପ୍ରଉଢ ମୋ ନାତି ନାତୁଣୀଙ୍କ ମେଳେ

ଅପେକ୍ଷାରତ କେବେ ଡାକିବେ ଅନନ୍ତ ସତୀଚଉରାରେ ll

        


Rate this content
Log in

Similar oriya poem from Romance