STORYMIRROR

ଶୁଭ୍ରା ଗୌଡ

Romance

4  

ଶୁଭ୍ରା ଗୌଡ

Romance

ପ୍ରେମ ପୂଜା

ପ୍ରେମ ପୂଜା

3 mins
313

ସାଥି ତୁମେ ସିନା ଗଲ ଭୁଲି ମୋତେ 

ମୁଁ କି ଅବା ଯିବି ଭୁଲି, 

ଦିନେ ନ ଦେଖିଲେ ପାଗଳ ପ୍ରେମିକ

କରୁଥିଲ ତୁମେ ପ୍ରେମର ଆଳାପ, 

ଆଜି କି ଯାଇଛ ହୋ ପାସରି!


ତୁମରି ସ୍ମୃତିରେ ଦେଖେ 

ମୁଁ ଦିବା ସ୍ୱପ୍ନ, 

ଚାତକ ଆଖିରେ ନାହିଁ 

ନିଦ କି ତତ୍ପରତା, 

ତୁମେ ବାନ୍ଧିଥିଲ ସାଥି 

ପ୍ରୀତି ର ଫୁଲ ଗୁନ୍ଥ। ଏଇ ମୋର ମନେ, 

ଆଜି ମନେ ନ ପଡଇ କି ତୁମରି!


ଥିଲ ଦିନେ ତୁମେ ଭାବରେ ଭରା 

ନା ଥିଲା ତୁମ ପାଖେ ସମୟ ଜିଜ୍ଞାସା,

ସାଜି ତ ତୁମେ ପ୍ରେମିକ ପ୍ରବଣ 

ଆବଦ୍ଧ କରି ରଖିଥିଲ ଏଇ ମୋର ମନ, 

ଆଜି କି ଯାଇଛ ହୋ ପାସରି!


ସେଇ ଦିନ ଆଉ ତୁମ ସରଳତା 

ମନେପଡେ ଆଜି ବି ସେଇ ଚପଳତା, 

ଜ୍ଯୋସ୍ନାର ଛାଇ ଆଲୁଅ ଭିତରେ 

କରିଥିଲ ତୁମେ 

ପ୍ରେମର ସ୍ପଷ୍ଟତା, 

ଆଜି ମନେ ନ ପଡଇ କି ତୁମରି!


ମନେ ଅଛି ମୋର ସେଇ ଦିନ କଥା 

ଯେବେ ମୋ ଲାଜୁଆ ଆଖି ରେ ଭରି ଦେଇଥିଲ

ତୁମେ ସ୍ୱପ୍ନ ର ପରିଭାଷା, 

ନା ଥିଲା ଜୀବନେ ଆଶା ଆଉ ପ୍ରତିଆଶା 

ଆଜି କି ଯାଇଛ ହୋ ପାସରି!


ମନେ ମୋ ଜଳାଇ ଆଶାର ଉଷ୍ଣତା 

ଦେଇଥିଲ ତୁମେ ବାସ୍ନା ରେ ଭରି, 

ବୁଝି ମୋ ଗଭୀର ହୃଦୟକୁ ତୁମେ 

ମୋ ମନ ମନ୍ଦିରେ ବାନ୍ଧିଥିଲ ବସା, 

ଆଜି ମନ ନ ପଡଇ କି ତୁମରି!


ତୁମେ ମୋ ଗଭୀର ହୃଦୟରେ ସାଥି 

ଚିର ସବୁଜ ବର୍ଷା ସାଜି, 

ତିନ୍ତlଇଲ ମୋ ମନ ପ୍ରାଣ କୁ ଆଜି 

ନୟନ ରେ ଆସି ଲୋତକ ସାଜି, 

ବୁଝି ବି ନ ବୁଝି 

ଅକୁହା କଥା ଟେ ପରି, 

ଭାବି ବି ନ ଭାବି 

ଭାବନା ରେ ଆସି, 

ଢାଳି ଦେଇଗଲ ତୁମେ ବର୍ଷା ହୋଇ 

ମୋ ମନ ଆକାଶେ ପୂଜା ପାଇ 

ସାଥି ତୁମେ ଦେବତା ହୋଇ 

ସାଥି ତୁମେ ଦେବତା ହୋଇ।


ମନେ ଅଛି ମୋର ସେଇ ଦିନ କଥା

ଯେବେ ତୁମେ ଯାଇଥିଲ ଛାଡି

ନା’ ଥିଲା ମନେ ମୋ ଇଛ୍ଛା ପ୍ରଖରତା

ନା’ ମୁଖ ରେ ମୋ ସ୍ମିତ ପରିଭାଷା

କହି ତ ନ ପାରିଲି ମୁହିଁ ।


ସ୍ୱପ୍ନିଳ ରାଇଜେ ଆଜି ମୁଁ ହଜିଛି

କେବଳ ତୁମରି ପାଇଁ

ତୁମେ କିନ୍ତୁ ସାଥି ପାରୁନ କି ବୁଝି

ଅମାନିଆ ଏଇ ମନ କୁ ମୋର ଆଜି ।


Rate this content
Log in

Similar oriya poem from Romance