ସଂପର୍କ
ସଂପର୍କ
ସେ ତ ଅଭୁଲା ଦିନର,
କେବେ କରିଦିଏ କାହାକୁ ଅପଣାର,
କେବେ ହୋଇଯାଏ କିଏ ସାତ ପର
ପୁଣି ପକାଏ ମନେ ସେ ସ୍ମୃତି ମଧୁର,
କେବେ ଭରିଦିଏ ଜୀବନେ
ବିଷ ଆଧାର
ସେ ତ ଅନେକ,
କାହାକୁ ହସାଏ କାହାକୁ କନ୍ଦାଏ,
ଖୁସି ରେ ନିଜର,
ଦୁଃଖରେ ସେ ନୁହେଁ କାହାର
କେତେ ସେ ଅଗଭୀର,
କେତେ ସେ ଅମାପ
ସେତୁ ରେ ସେ ଗଢା ବିଶ୍ଵାସ,
ରଖେ ସେ ସୁଦୃଢ ସୁନ୍ଦର
ସେ ତ ସୀମାହୀନ,
ଆସେ ନୌକା ର କାତ ଟିଏ ସାଜି
ଜଗାଏ ସେ ଆଶାର କିରଣ ,
ପୁଣି ରଙ୍ଗ ହୀନ ତୂଳୀ ସାଜି
ଭରେ ଦୁଃଖର କରୁଣ
ସେ ତ ଅଭୁଲା ଦିନର,
ସେ ତ ସ୍ମୃତି ମଧୁର,
ସେ ତ ପୂଜ୍ୟ ଆଉ ସୁନ୍ଦର,
ସେ ତ ଖୁସିର ଭଣ୍ଡାର
