STORYMIRROR

ଶୁଭ୍ରା ଗୌଡ

Abstract

3  

ଶୁଭ୍ରା ଗୌଡ

Abstract

କରୋନାର କରାଳତାରେ ବିଶ୍ୱ

କରୋନାର କରାଳତାରେ ବିଶ୍ୱ

1 min
12.3K

ନାଁ ତାହାରି କରୋନା

ଜନମ ମାଟି ତା ଚାଇନା, 

କାହ।କୁ ମାନେନା କାହାକୁ ଡରେନା, 

ଦେଖାଏ ସଭିଁ ଙ୍କୁ ଆଇନା

ଏ ତ ସେଇ କରୋନା


ବିଦେଶୁ ଜନମି ଆଇଲା

ଇୟୁରୋପ ଯାଇ ରଚିଲା ତାଣ୍ଡବ, 

ଗଲା ସେ ନେଇ କୁଢ଼ କୁଢ଼ ଶବ, 

ଏଇଠୁ କଲା ସେ ଆରମ୍ଭ

ଦେଖି ହୁଏ ନାହିଁ ଶେଷ 


ଇଟାଲୀ ଫ୍ରାନ୍ସ ଜର୍ମାନୀ ସ୍ପେନ୍

ସବୁଠିଁ ଚାଲିଲା କରୋନା ଡର, 

ଆମେରିକା ରେ ସେ ତ କରିଲା ଘର, 

ଦୁନିଆଁ ରାଇଜେ ଖେଳୁଛି ଖେଳ

ନାହିଁ ତା କାହାକୁ ଡର କି ଭୟ


ଦେଶ ଦେଶ ବୁଲି ଆସିଲା ଏବେ

ଆସି ଭାରତ ମାଟି କୁ ଛୁଇଁଲା, 

ଗୋଟେ ଗୋଟେ କରି ଖାଇଲା ମୁଣ୍ଡ ସେ, 

ଆଜକୁ ସହସ୍ର ହୋଇଲl

ବିଶ୍ୱେ ଈତିହାସ ଗୋଟେ ରଚିଲା


ଆଜିର ଏ ନୀରବତା କହୁଛି କାଲିର କରାଳତା 

ନା ରାସ୍ତା ନା ଘାଟ, 

ନା ଦୋକାନ ନା ବଜାର, 

ସବୁଠିଁ ଚାଲିଛି ହାଟ ଏ କରୋନା ର 

ସରିବ କେବେ ଏ କରୋନା ଗହଳ


କେଉଁଠି ଗ୍ରୀନ୍ ତ କେଉଁଠି ରେଡ୍,

ଆଉ କେଉଁଠି ଅରେନ୍ଜ,

ଗ୍ରାସିଛି ବିଶ୍ୱ କୁ ଆଜି ମହାମାରୀ ର କବଳ

ହେଲେ ଜାଣିଛି ଜଗତ ,

ସେ ଜିତିବ ନିଶ୍ଚିତ


ଚାରିଆଡ଼େ ଖାଲି କରୋନା ଡର 

ଲୋକଙ୍କ ମନରେ ବାନ୍ଧିଛି ଘର, 

ନା ଅଛି ତାକୁ ଡ଼ର କି ଭୟ, 

ସାଜିଛି ଜମ ସେ ନେଉଛି କାଳ 

ସମୟ ହାତରେ କରୋନା ଡୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract