STORYMIRROR

ଶୁଭ୍ରା ଗୌଡ

Inspirational

3  

ଶୁଭ୍ରା ଗୌଡ

Inspirational

ଲକ୍ ଡାଉନ୍

ଲକ୍ ଡାଉନ୍

1 min
27


ଜୀବନ ଠୁ ବଳି ନାହିଁ ଆଉ କିଛି

ଧନ ମାନ ସମ୍ପତ୍ତି,

ବୁଝି ଯାଇ ସବୁ ଆପଣେଇ ନେଇ

ରହିଲେଣି ଏବେ ଗୃହେ ବନ୍ଦି ।


ନିୟମରେ ହେଇ ଛନ୍ଦି

ସଜାଗ ହେଲେଣି କିଛି 

ସଚେତନ ଆଉ କିଛି।


ଭୁଲି ସବୁ ଏଠି ନିତିଦିନ କାର୍ଯ୍ଯଳାପ

ଅଭ୍ଯସ୍ତ ହୁଅନ୍ତି ଗୃହ ମୋହ ଗ୍ରସ୍ତ 

ବାହାର ଖଟଣି ଯେ ମହଙ୍ଗା ପଡିବ

ଗଲେଣି ସମସ୍ତେ ଏବେ ହୃଦବୋଧ କରି।


ହେଲାଣି ସାମାଜିକ ଦୂରତ୍ୱର ପ୍ରଚାର

ସାନିଟାଇଜ୍ ର ବ୍ଯବହାର 

ପୁଣି ଶୁଭେନା କୋଳାହଳ ପୂର୍ଣ୍ଣ

ଜନଗହଳିର ଅବିଚାର।


କାହିଁକି ନା..

ଲୋକ ନିୟମକୁ କଲେଣି ଉପଚାର

ଗାଁ ଠୁ ସହର ସ୍ତବ୍ଧ ସବୁଠି

ଖାଁ ଖାଁ ଲାଗେ

ସାହି,ଗୋଳି, କନ୍ଦି।


କୋଉଠି ଲକଡାଉନର ନିୟମରେ ଘୂରି

ଘୂରି ହୋଇଯାଆନ୍ତି ଦଳେ ଜନଜାତି

ଘଞ୍ଚ ଜଙ୍ଗଲକୁ ନାହିଁ

ତାଙ୍କ ଭୟ କି ଖାତିରି

ନା ଅସହାୟ ତାତିକୁ କରନ୍ତି

ସେମାନେ ଖାତିରି !


ଲକଡାଉନ୍ କଲାଣି,

କିଛି ଜୀବନେ ଉପକାର

ଆଉ କିଛି ଜୀବନ ଦାଉ ସାଦେ

ବଞ୍ଚିବାର ବାଟ ଯେ କଷ୍ଟକର!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational