STORYMIRROR

ଶୁଭ୍ରା ଗୌଡ

Others

3  

ଶୁଭ୍ରା ଗୌଡ

Others

ମୋ ଝିଅ:ସ୍ୱାଧିନତା

ମୋ ଝିଅ:ସ୍ୱାଧିନତା

1 min
11.8K

ତୁ ମୋ ଅସଂପୂର୍ଣ୍ଣ କାହାଣୀରେ ସଂପୂର୍ଣ୍ଣ।

ନା

ମୋ ଭାବ ରେ ପରିବେଷ୍ଟିତ କଲ୍ପନା ।


ସଦା ତୁ ମୋ ଭାବ ର ସମୁଦ୍ରେ 

ଅଲିଭା ସ୍ୱାକ୍ଷର ଟିଏ 

ଆଉ ତୋ ମୋହ ମାୟା ରେ ଛନ୍ଦିତା 

ମୁଁ ସ୍ନେହମୟୀ ମା’ ଟିଏ


ସେଇ ନୀରିହପଣ ର ପ୍ରତିମୂର୍ତି ତୁ ,

ଆଉ କେବେ 

ବିଦ୍ରୋହୀ ଏଂଗ୍ରୀ ବାର୍ଡ ର ପ୍ରତିଛବି ଟେ ତୁ,

ମୋ ପାଇଁ !


ମୋ ସ୍ୱାଭିମାନ ରେ ହେଉ ତୁ ସ୍ୱାଭିମାନୀ ,

ପୁଣି କେବେ

ମୋ ଅଭିମାନ ର ହେଉ ତୁ ଗଣି ।


ତୁ ଏଇ ଅଶାନ୍ତ ମନର ଶାନ୍ତ ପରିସୀମା,

ଦେଇ ନୂତନ ଅଭିଜ୍ଞତା ସବୁ

କରୁ ଦାୟିତ୍ୱସମ୍ପନ୍ନା ।

ପୁଣି ମୋ ଗଭୀର ହୃଦୟେ ତୁ 

ପ୍ରତି ଟି ସ୍ପନ୍ଦନରେ ,

ଆସି ମୋ ସ୍ୱାଧିନ ଆକାଶେ 

ହେଉ ତୁ ସ୍ୱାଧିନତା ।

 



Rate this content
Log in