STORYMIRROR

ଶୁଭ୍ରା ଗୌଡ

Others

3  

ଶୁଭ୍ରା ଗୌଡ

Others

କରୋନାର କରାଳତା

କରୋନାର କରାଳତା

1 min
11.7K

ନାଁ ତାହାରି କରୋନା

ଜନମ ମାଟି ତା ଚାଇନା, 

କାହକୁ ମାନେନା କାହାକୁ ଡରେନା, 

ଦେଖାଏ ସଭିଁ ଙ୍କୁ ଆଇନା

ଏ ତ ସେଇ କରୋନା  ll


ବିଦେଶୁ ଜନମି ଆଇଲା

ଇୟୁରୋପ ଯାଇ ରଚିଲା ତାଣ୍ଡବ, 

ଗଲା ସେ ନେଇ କୁଢ଼ କୁଢ଼ ଶବ, 

ଏଇଠୁ କଲା ସେ ଆରମ୍ଭ

ଦେଖି ହୁଏ ନାହିଁ ଶେଷ  ll


ଇଟାଲୀ ଫ୍ରାନ୍ସ ଜର୍ମାନୀ ସ୍ପେନ୍

ସବୁଠିଁ ଚାଲିଲା କରୋନା ଡର, 

ଆମେରିକା ରେ ସେ ତ କରିଲା ଘର, 

ଦୁନିଆଁ ରାଇଜେ ଖେଳୁଛି ଖେଳ

ନାହିଁ ତା କାହାକୁ ଡର କି ଭୟ ll


ଦେଶ ଦେଶ ବୁଲି ଆସିଲା ଏବେ

ଆସି ଭାରତ ମାଟି କୁ ଛୁଇଁଲା, 

ଗୋଟେ ଗୋଟେ କରି ଖାଇଲା ମୁଣ୍ଡ ସେ, 

ଆଜକୁ ସହସ୍ର ହୋଇଲl

ଏ ତ ଈତିହାସ ଗୋଟେ ରଚିଲା ll


ଆଜିର ଏ ନୀରବତା କହୁଛି କାଲିର କରାଳତା 

ନା ରାସ୍ତା ନା ଘାଟ, 

ନା ଦୋକାନ ନା ବଜାର, 

ସବୁଠିଁ ଚାଲିଛି ହାଟ ଏ କରୋନାର 

ସରିବ କେବେ ଏ କରୋନା ଗହଳ ll


ଚାରିଆଡ଼େ ଖାଲି କରୋନା ଡର 

ଲୋକଙ୍କ ମନରେ ବାନ୍ଧିଛି ଘର, 

ନା ଅଛି ତାକୁ ଡ଼ର କି ଭୟ, 

ସାଜିଛି ଜମ ସେ ନେଉଛି କାଳ 

ସମୟ ହାତରେ କରୋନା ଡୋର l



Rate this content
Log in