STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ମଳୟ ପରଶେ ସତେଜ ପ୍ରିୟା

ମଳୟ ପରଶେ ସତେଜ ପ୍ରିୟା

1 min
329


ବସନ୍ତର ଛିଟା ମଳୟ ପରଶେ 

ପ୍ରିୟା ମନ ଛନ ଛନ

ଭରା ଯୌବନର ମହକ ଫିଟୁଛି

ପ୍ରେମର ସେ ଆକର୍ଷଣ

ଫୁଲେଇ ସ୍ୱଭାବ ନାହିଁ ସେ ପ୍ରିୟାର

ଲାଜୁଆ ହସର ଧାରେ

ବସନ୍ତର ଛୁଆଁ କି କଲା କୁହୁକ

ଇଶାରା ପୁଣି ହସରେ 

ଅତିକ୍ରମ କରି ଷୋଳ ଟି ବସନ୍ତ

ପ୍ରିୟା ପ୍ରାୟ ସଜବାଜ

ବସନ୍ତର ବାର୍ତ୍ତା ବୁଝିଛି ନିହାତି

ଚଳନ୍ତି ଲାଗେ ସହଜ

ବସନ୍ତ କହୁଛି ପ୍ରିୟା ତ' ସୁନ୍ଦରୀ

ସୁନ୍ଦର ତାହାର ହସ

ହଳଦୀ ବସନ୍ତ ସହିତ କୋଇଲି 

ପ୍ରିୟା ହସରେ ସନ୍ତୋଷ 

ଅଜାଣତେ ପ୍ରିୟା ଗୁଣୁଗୁଣୁ ସ୍ୱରେ

ଯଦି ବା ଗାଉଛି ଗୀତ

କୋଇଲିର କୁହୁ ତାନରେ ତନ୍ମୟ

ପ୍ରେମ ଭାବ ଉଲ୍ଲସିତ 

ବସନ୍ତର ଛିଟା ପ୍ରାୟତଃ ନିଆରା 

ପ୍ରିୟା ଲାଗଇ ସତେଜ

ଯୌବନର ଜ୍ଵାଳା ମଳୟ ପରଶେ

ବୋଧେ ହୋଇଛି ସହଜ !!


ପ୍ରିୟାର ପରଶ ମଧୁର ଆଭାସ

ହୃଦ ସ୍ପନ୍ଦନେ ଆବେଗ

ମିଠା ଅନୁଭୁତି ଲାଜୁଆ ହସରେ

ପ୍ରତି ମୁହୁର୍ତ୍ତ ସରାଗ 

ଯୌବନର ଉଦ୍ଦାମତା ଅନୁମେୟ

ଅଙ୍ଗେ ଖେଳେ ଶିହରଣ 

ସେହି ଶିହରଣେ ଜାଗି ଉଠେ ପ୍ରାଣ

ତନ ମନ ଅବସନ୍ନ

ପ୍ରୀତି-ପୂର୍ଣ୍ଣ କଥା ଅବା ସେ ସାନିଧ୍ୟ 

ଆପେ ହୃଦେ ଉଜ୍ଜୀବିତ

ପ୍ରତି ମୁହୂର୍ତ୍ତରେ ମନରେ ଉତ୍କଣ୍ଠା

ମିଳନ ଆଶା ଜୀବିତ

ଅବ୍ୟକ୍ତ ବେଦନା ଜୀବନ ଯାତ୍ରାରେ

ଦିନେ ନୁହଁ ପ୍ରତିଦିନ

ଭୁଲିବାର ଚେଷ୍ଟା ପ୍ରାୟତଃ ବିଫଳ 

କୋହ ଭରା ଏଇ ପ୍ରାଣ

ହୃଦୟେ ଜଡ଼ିତ ପ୍ରେମ ଉପହାର

ପ୍ରତି ମୁହୂର୍ତ୍ତେ ମହକେ

ଦିନ ପରେ ରାତି,ରାତି ପରେ ଦିନ

ଭାବନା ମୋ ନ ଅଟକେ।

ରୁଣୁଝୁଣୁ ଶବ୍ଦ ହେଲେ ଆଖ-ପାଖ

ପ୍ରିୟା ପାଉଁଜିର ଭ୍ରମ

ବ୍ୟଥିତ ହୃଦୟ ଭାବନାରେ ମଗ୍ନ

ହେବ କି ମୋ ମତିଭ୍ରମ !

କାହାକୁ କହିବି ମନର ଯନ୍ତ୍ରଣା

କିଏ ବା ଦେବ ସାନ୍ତ୍ଵନା

ଯନ୍ତ୍ରଣା ଭୋଗୁଛି ପ୍ରିୟାର ବିହୁନେ

ବେଳେବେଳେ ଆନମନା

ଅଲଗା ଅଲଗା ରହିବା ଯନ୍ତ୍ରଣା

ପ୍ରତି ମୁହୂର୍ତ୍ତରେ ଜାଗି

ବୁଝି ବି ଅବୁଝା ହେଉଛି ଏ ମନ

ପ୍ରିୟା ଅଙ୍ଗ ସଙ୍ଗ ଲାଗି

ଚଳନ୍ତି ଅବସ୍ଥା ବର୍ଣ୍ଣନା କରିବା

ଏକ ଦୂରୁହ ବ୍ୟାପାର

ଯନ୍ତ୍ରଣାରେ ମୋର ଜର୍ଜରିତ ପ୍ରାଣ

ନାହିଁ କି ତା' ପ୍ରତିକାର !

ଦୂରତା ଜନିତ ବିଚ୍ଛେଦ ଯନ୍ତ୍ରଣା

ସନ୍ତାପିତ ହୁଏ ପ୍ରାଣ

ହୃଦୟ କୋଣରୁ ଝରି ପଡେ ଲୁହ

ପୁଣି ଭର୍ତ୍ତି ଆଖି କୋଣ


ହୃଦୟର ଭାଷା ବୁଝିବା ହିଁ ପ୍ରେମ

ପ୍ରିୟା ମୋ ଅବୁଝା କିଆଁ

ସବୁ ବୁଝି ବୋଧେ ଅଭିନୟ ଧାରେ

ପ୍ରେମ ଜନିତ କିମିଆ 

ପ୍ରିୟା ବିନା ଫିକା ଫିକା ବି ବସନ୍ତ

ଫିକା ମିଳନ ଲାଳସା

ପ୍ରେମ ପକ୍ଷୀ ଦୁହେଁ ବଞ୍ଚିବା ମରିବା

ପ୍ରେମର ସେ' ପରିଭାଷା



Rate this content
Log in

Similar oriya poem from Abstract