Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

2.5  

Panchanan Jena

Romance

ତୁମେ ମନେପଡ

ତୁମେ ମନେପଡ

2 mins
431


ଅନେକ ହେଲେ ରାତି ଆଖିକୁ ଆସେନା ନିଦ ନିଇତି

                          ବରଂ ତୁମେ ମନେପଡ

                    ତୁମେ ମନେପଡ ଭାରି ମନେପଡ ।


ଶେଜରୁ ଉଠିଲେ ଡେରି ରାଗ ଆସିଯାଏ ଭାରି

                          ଜମା ରାଗି ହୁଏନା

                     ତୁମେ ମନେପଡ ଭାରି ମନେପଡ ।


ପାଣି ହେଲାଣିକି ଗରମ ଆପେ କହିପକାଏ ହରଦମ

                        ଥଣ୍ଡାରେ ଚଳିଯାଏ

                      ତୁମେ ମନେପଡ ଭାରି ମନେପଡ ।


ବୋତାମ ନଥିଲେ ସାର୍ଟରେ ରିଫିଲ ନଥିଲେ ପ୍ୟାନରେ

                          ନୂଆ କିଣାଯାଏ

                    ତୁମେ ମନେପଡ ଭାରି ମନେପଡ ।


ସକାଳୁ ଜଳଖିଆ ଥାଳି ବିସ୍କୁଟ ଆଉ ଗିଲାସେ ପାଣି

                             ବାସ ନେଇନିଏ

                 ତୁମେ ମନେପଡ ଭାରି ମନେପଡ ।


କାମରେ ଆସେ ଅଳସ ମେଲ ଟୁଇଟର ଲାଗେ ନୀରସ

                            ଖାଲି ଶୂନ୍ୟତା ଥାଏ

                    ତୁମେ ମନେପଡ ଭାରି ମନେପଡ ।


ସମୟ ଯାଏନା ଜମା ପିରିଅଡ ଲାଗେ ଲମ୍ବା

                               ହସି ହୁଏନା

                    ତୁମେ ମନେପଡ ଭାରି ମନେପଡ ।


ସଞ୍ଜରେ ଆସେନା ଘର ଏକା ରହିବାକୁ ଲାଗେ ଡ଼ର

ଖତେଇ ହୁଏ

                ତୁମେ ମନେପଡ ଭାରି ମନେପଡ ।


ନଥାଏ ସିରିୟାଲର ଧମକ ଅପା-ଗାୟତ୍ରୀ-ରାମାୟଣର ମହକ

                       ନିଉଜ ଫିଲିମ ଥାଏ

                 ତୁମେ ମନେପଡ ଭାରି ମନେପଡ ।


ପିଆଜ ଗରମ ରୋଟି ଭାତ ଆଚାରରେ ଛୁଟି

                           ପେଟ ଭରେନା

             ତୁମେ ମନେପଡ ଭାରି ମନେପଡ ।


ଫିଲ୍ଟର ବୋତଲ ଖାଲି କ୍ଷୀର ଉତୁରି ଯାଏ କଜାଲି

                          ଧେତ ତେରିକା

             ତୁମେ ମନେପଡ ଭାରି ମନେପଡ ।


ନିଃଶଙ୍ଗ ଜୀବନ ଗଛ ଶୂନ୍ୟ ବନ ନୀର ବିନା ମୀନ

                        ବଞ୍ଚି ହୁଏନା

         ତୁମେ ମନେପଡ ଭାରି ମନେପଡ ।


ପ୍ରିୟା ମୋର ଶ୍ରୀୟା ମୋର କାହିଁ ଗଲ ମୋତେ ଛାଡି କେଉଁ ଆଡେ ଉଡିଗଲ

                         ଖୋଜି ପାଏନା

            ତୁମେ ମନେ ପଡ ବେଶୀ ମନେ ପଡ ।                          

କାକର ଭିଜା ରେଜେଇ ତାତି ଏକା ଏକା ଶୀତ ରାତି

                        ରାତି ସରେନା

        ତୁମେ ମନେ ପଡ ବେଶୀ ମନେ ପଡ ।


ଅନ୍ଧାର ଘର ତୁମ ଚାଦର ବେଶୀ କନ୍ଦାଏ ଲୋତକ ଧାର

                          ଲୁହ ମାନେନା

           ତୁମେ ମନେ ପଡ ବେଶୀ ମନେ ପଡ ।


ଶୀତ ବଢୁଥାଏ ସ୍ମୃତି ଝରୁଥାଏ ଭୂଲ ମୋର ମାନୁଥାଏ

                        ବୁଝେଇ ପାରେନା

                   ତୁମେ ମନେ ପଡ ବେଶୀ ମନେ ପଡ ।


ଆଖି ବୁଜେନା ରାତି ପାହିଯାଏ ଭୂଲ ହେବନି ବାର ବାର କହୁଥାଏ

                                  ଶବ୍ଦ ମିଳେନା

                    ତୁମେ ମନେ ପଡ ବେଶୀ ମନେ ପଡ ।



Rate this content
Log in

Similar oriya poem from Romance