ଉଚ୍ଚ ପଦ ଅଧିକାରୀ
ଉଚ୍ଚ ପଦ ଅଧିକାରୀ
ଆହେ ମାନନୀୟ ଉଚ୍ଚ ସରକାରୀ
ପ୍ରଶାସକ ଅଧିକାରୀ l
ସବୁ କୁହ ତୁମେ ସରକାରୀ ଭାଇ
ତୁମେ ପରା କର୍ମଚାରୀ ll
ଭାଷଣରେ ତୁମେ କୁହ ଭାରି ଭଲ
ଉଚ୍ଚ ପଦ ଅଧିକାରୀ l
ନିବେଦନ ମୋର ଆହେ ପ୍ରଶାସକ
ଶୁଣିବକି ମୋ ଗୁହାରି ll
ସରକାରୀ ସ୍କୁଲ କୁହ ତୁମେ ଭଲ
କିନ୍ତୁ ତୁମ ପିଲା କାହିଁ l
ବେସରକାରୀ ବିଦ୍ୟାଳୟରେ ତୁମ
ପଢ଼ନ୍ତି ତ ଯାଇ ସେହି ll
ଦିନକୁ ଦିନକୁ ସରକାରୀ ଶିକ୍ଷା
ହେଉ ଅଛି ନିମ୍ନ ମାନ l
ପଢିଲେ ବୋଧୁଏ ତୁମ ପିଲା ଭାଇ
ପଡିବ ଶିକ୍ଷାର ମାନ ll
ସରକାରୀ ଖାଦ୍ୟ ଖାଆନ୍ତି ନି କାହିଁ
ତୁମ ପିଲା କେହି ଭାଇ l
ସରକାରୀ ପିଲା କେମିତି ଖାଉଛି
ଚାଖ ଟିକେ ତୁମେ ଯାଇ ll
ଗମେଣ୍ଟ ଡାକ୍ତର ଖାନା କୁହ ଭଲ
ଯାଅ ଯେ ବେସରକାରୀ l
କେମିତି ରୋଗୀତ ତଳେ ଶୋଇଛନ୍ତି
ଦେଖ ବାବୁ ସରକାରୀ ll
ତୁମେ ଗଲେ ଥରେ ବୋଧୁଏ ନିଶ୍ଚୟ
ବଦଳିବ ସେହି ଜାଗା l
ରୋଗୀ ସେବା ଭଲ ନିଶ୍ଚୟ ହୋଇବ
ବୁଲି ଯାଅ ଥରେ ଜାଗା ll
ତୁମେତ ଯେଦିନ ଆସୁ ଅଛ ଭାଇ
ଦେଇଯେ ତୁମେ ଖବର l
ସବୁଆଡେ ପୋଛି ଚାଁଛି ରଙ୍ଗ ଦେଇ
କରନ୍ତି କେଡେ ସୁନ୍ଦର ll
ସେଦିନ ଦେଖିବ ନିୟମ ଶୃଙ୍ଖଳା
ଲାଗଇ ଭାରି ସୁନ୍ଦର l
ତା ପର ଦିନକୁ ଦେଖ ଟିକେ ଆସି
ଅବସ୍ଥା କିପରି ତାର ll
ସବୁ ସରକାରୀ କାର୍ଯ୍ୟାଳୟ ଦେଖ
ବଡ଼ ବଡ଼ ଅଧିକାରୀ l
କେମିତି ସେବା ଯେ ଜନତା ପାଉଛି
ବୁଝ ଥରେ ଦୟାକରି ll
ସେବେ ଯାଇ ସେବା ସାର୍ଥକ ହୋଇବ
ସରକାରୀ ଙ୍କ ଯୋଜନା l
ସଭିଙ୍କୁ ସବୁଠି ସମାନ ମିଳିବ
ଅଧିକାର ଯେତେ ଭାଇନା ll