STORYMIRROR

DILIP KUMAR SAHOO

Tragedy Others

3  

DILIP KUMAR SAHOO

Tragedy Others

ଗାଁ ରାଜନୀତି

ଗାଁ ରାଜନୀତି

1 min
286

ଭୋଟ ରାଜନୀତି ଗୋଳିଆ ପାଣିରେ

   ଭୋଟର ହୁଅନ୍ତି ହଟହଟା

ଶାସକ ବିରୋଧୀ  ହାତ ମିଶା ମିଶି

   ଜନତା ହୁଅନ୍ତି ପାଦ ଚଟା 


ସହରଠୁ ବେଶି  ଗାଁ ରାଜନୀତି

  କୁଜି ନେତାଙ୍କର ଦାଉ

ଭୋଟ ପାଇଁକି  ହତଶିରି ଗାଁ

   ଭାଇଚାରା ନାହିଁ ଆଉ


ଦଳ ଲୋକମାନେ  ଆପଣା ହୁଅନ୍ତି

   ଭାଇତ ପାଲଟେ ଅରୀ

କଥା କଟାକଟି   ମଥା ଫଟାଫଟି

   ଭୋଟ ଗଲେବି ସରି


ଭୋଟ ପାଇଁକି  ନେତାମାନେ ଆସି

   ଧରନ୍ତି ଲୋକଙ୍କ ପାଦ

ନିଇତି ଗାଁ ରେ  ମଉଛୁକ ହୁଏ

   ଉଛୁଳେ ମାଉଁଶ ମଦ


ଭୋଟ ସରିଲେ  କାଶିଆ କପିଳା

   ହୁଅନ୍ତିନି କେବେ ଭେଟ

ଗାଁବାଲା ଏଣେ  ଚାହିଁ ବସିଥାନ୍ତି

    ନେତାଙ୍କ ଆସିବା ବାଟ


ଦେଇଥାନ୍ତି ନେତା ପ୍ରତିଶୃତି କେତେ

   ଗାଁ ସାରା ବୁଲି ବୁଲି

ଜିତି ଗଲାପରେ  ଆସନରେ ବସି

   ସବୁ ସେ ଯାଆନ୍ତି ଭୁଲି


ଭୋଟ ପରେବି  ଗାଁ ରେ ଆମର

   ସରେନାହିଁ ରାଜନୀତି

ଏ ଦଳ ସେ ଦଳ ନିଇତି କନ୍ଦଳ

  ଦିନ ଦିନ ଯାଏ ବିତି


ସ୍ଵାଧୀନତା ଚିନ୍ତା ସହରଠୁ ତେଣୁ

   ଗାଁ କୁ ତ ବେଶି ଘାରେ

ସ୍ବାଧୀନ ଭାରତେ ଗାଉଁଲି ମଣିଷ

   କୁଜିନେତାକୁ ବି ଡରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy