STORYMIRROR

Dharitri Das

Tragedy

3  

Dharitri Das

Tragedy

ସଉକରେ ଲଗାଇଲି ଚାରା

ସଉକରେ ଲଗାଇଲି ଚାରା

1 min
388

କେଡେ ସଉକରେ   ଲଗାଇଲି ଚାରା

      ଅଗଣାରେ ଯତ୍ନ କରି

ସାର ପାଣି ଦେଇ    ବଢାଇଲି ତାକୁ

      ଆନନ୍ଦରେ ମନ ଭରି।


କିଛି ବର୍ଷ ପରେ  ସେହି ଚାରା ଗୋଟି

      ବଢି ହେଲା ପୁଷ୍ପବତୀ

ତୋଳିବା ଆଗରୁ  ଶୂନ୍ୟ ହୋଇଗଲା

      କାନ୍ଦିଲି ମୁଁ ମଥା ପୋତି।


କେଉଁ ବାଣୁଆର   ବାଣାଘାତେ ସେତ

      ଚାଲିଗଲା କେଉଁପଥେ

ଖୋଜିଖୋଜି ମୁହିଁ   ହାଲିଆ ହୋଇଲି

      ବଜ୍ର ପଡିଗଲା ମାଥେ।


ଭୁଲି ପାରୁନାହିଁ      ତାର ରୂପକାନ୍ତି

      ଦିଶିଯାଏ ଦିବାରାତି

କିପରି ଭୁଲିବି      କହରେ କାଳିଆ

     କରୁଛି ତୋତେ ବିନତି।


ଛାତିକୁ ପଥର        କରିଦିଅ ପ୍ରଭୁ

     ଭୁଲିବାକୁ ଚେଷ୍ଟା କରି

ଭୁଲି ପାରୁନାହିଁ       କାହିଁପାଇଁ କୁହ

      ମୋତେ ଟିକେ ଦୟା କରି।


ତୁମ ଦୟା ବିନା       ସବୁ ଅସମ୍ଭବ

     ଏ ମିଛ ମାୟା ସଂସାରେ

ଭରି ଦିଅ ମନେ      ଅସୁମାରୀ ଶକ୍ତି

     ଦୁଶ୍ଚିନ୍ତା ଯାଉରେ ଦୂରେ।


ତୋ ପାଦେ ପ୍ରଣତି    ଘେନମୋ ଭକତି

      ଆହେ ପ୍ରଭୁ ଶିରିପତି

ତୁଣ୍ଡରୁ ମୋହର      ଝରୁଥାଉ ସଦା

      ତୋ ନାମ ରସର ମୋତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy