ତୁମରି ପ୍ରେରଣା
ତୁମରି ପ୍ରେରଣା
ତୁମରି ପ୍ରେରଣା ତୁମରି କରୁଣା
ପାଉଥାନ୍ତି ପ୍ରାଣୀ ନିତି
ତୁମ ଲାଗି ପ୍ରଭୁ ଭାବନା ଆସୁଛି
ପାହି ଯାଏ ଅମା ରାତି।
ତୁମ ସୃଷ୍ଟି ପାଇଁ ତୁମେ ହିଁ ଭାବୁଛ
ତୁମ ପାଇଁ ମୁହିଁ ଭାବେ
କିଛି ଲୋଡା ନାହିଁ ସଂସାର ପଥରେ
ଅଧା ଅଧା ପୂର୍ଣ୍ଣ ଭବେ।
ତୁମେ ନ ଚାହିଁଲେ ପତ୍ର ବି ହଲେନା
ଚଳମାନ ଯେ ଅଚଳ
ତୁମେ ଚିରନ୍ତନ ସତ୍ୟ ଓ ସୁନ୍ଦର
ତୁମେ ଆଧ୍ୟାତ୍ମିକ ବଳ।
ଭାବ ସାଗରର ନାବିକ ତ ତୁମେ
ମୋକ୍ଷ ପଥ ଗନ୍ତାଘର
ତୁମେ ମୋର ଏକା ଆଶ୍ରୟ ର ସ୍ଥଳ
ଜଗନ୍ନାଥ ଅନ୍ତଃସ୍ଵର।
ସକାଳ ବନ୍ଦନା ସଂଜ ପ୍ରାର୍ଥନାରେ
ତୁମ ନାମ ଚିନ୍ତି ଚିନ୍ତି
ମଣିଷ ଜୀବନ ତୁମରି କାମରେ
ଯାଉ ନିତ୍ଯ ବିତି ବିତି।
