STORYMIRROR

sumita behera

Romance

2  

sumita behera

Romance

ତୁମର ସେଇ ନାଲି ପାନପତ୍ରର ଷ୍ଟିକର

ତୁମର ସେଇ ନାଲି ପାନପତ୍ରର ଷ୍ଟିକର

1 min
103

ତୁମର ସେହି ନାଲି ପାନପତ୍ର ଚଷମା ଵାଲାର ଷ୍ଟିକର

ଭୁଲେଇ ଦିଏ ଦୁଃଖ ଶୋକ ସବୁକିଛି ମୋର

ଭୁଲେଇ ଦିଏ ଭିତରେ ଭିତରେ ଦାନା ବାନ୍ଧୁଥିବା କୋହ

ଆଉ ଉଛୁଳି ଆସୁଥିବା ଅଶ୍ରୁକୁ ଠେଲି ଠାଲି ଚାପିଦିଏ ଭିତରେ


ତୁମର ସେହି ନାଲି ପାନପତ୍ରର ଚଷମାଵାଲା ଷ୍ଟିକର

ଜହ୍ନ ତାରା ସହ କଥା ହେବା ପାଇଁ ରଖିଦିଏ ରାତି ରାତି ଉଜାଗର 

ବୁଣିଦିଏ ମନରେ ନାହିଁ ନ ଥିବା ଭାବନାର ମୁରୁଜ

ଜୀଆଁଇ ରଖେ ମୋତେ ଆଶାଟିଏ ଦେଇ

ସ୍ବପ୍ନକୁ ନିଜର କରିନେବା ପାଇଁ ହାତମୁଠାରେ


ତୁମର ସେହି ନାଲି ପାନପତ୍ରର ଚାଷମାବାଲା ଷ୍ଟିକର 

କେତେବେଳେ ଚୋରାବାଲି ପରି ଟାଣିନିଏ ଭିତରକୁ ଭିତରକୁ

ପୁଣି କେତେବେଳେ ମରୁବାଲିର ତୃଷ୍ଣା ପରଷିଦିଏ

ଆଉ କେତେବେଳେ ଇନ୍ଦ୍ରଧନୁର ରଙ୍ଗକୁ ସତ ଭାବିବାକୁ ବାଧ୍ୟ କରେ,


ତୁମର ସେହି ନାଲି ପାନପତ୍ରର ଚାଷମାବାଲା ଷ୍ଟିକର

ଆଶା ଓ ଆଶଂକାର ଫେଣ୍ଟାଫେଣ୍ଟି ଅନୁଭବ ଦେଇ

ନିଜ ସ୍ଥାନରେ ନିଶ୍ଚିନ୍ତରେ ବସିରହେ, ହସୁଥାଏ,

ପୁଣି ଆଉକିଛି ନୂଆ ନୂଆ ଅନୁଭବ ଦେବା ଅପେକ୍ଷାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance