STORYMIRROR

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ତୁମେ ମୋ ଆକାଶ ମୁଁ ତୁମ ଜହ୍ନ

ତୁମେ ମୋ ଆକାଶ ମୁଁ ତୁମ ଜହ୍ନ

1 min
6


ପ୍ରୀତି ସରୋବରେ ତୁମେ ନୀଳକଇଁ

କୁସୁମିତ ଆଶା ସୁନ୍ଦର ସ୍ବପ୍ନ 

ତଲ୍ଲୀନ ବିଭୋର ମୁଁ ଯେ ମଧୁକର

ତୁମେ ମୋ ଆକାଶ ମୁଁ ତୁମ ଜହ୍ନ ।

ମଧୁମତୀ ତୁମେ ପ୍ରକୃତି ବାସନ୍ତୀ

ଜାଗତିକ ସୃଷ୍ଟି ଆନନ୍ଦ ଉତ୍ସ

ମୁଗ୍ଧ ଆକର୍ଷଣ ସୁଗନ୍ଧ ସୁମନ

ରଙ୍ଗେ ସମୁଜ୍ଜ୍ୱଳ ଦିଗ ଦିଗନ୍ତ ।

ଶାନ୍ତି ଶତଦଳ ପ୍ରଫୁଲ୍ଲ କମଳ

ମଧୁଛନ୍ଦା ତୁମେ ମନ୍ଦ ମଳୟ

ସାହଚର୍ଯ୍ଯେ ତୁମ ଚରିତାର୍ଥ ପୂର୍ଣ୍ଣ 

ଜୀବନ ସାର୍ଥକ ମଙ୍ଗଳମୟ ।

ଭୂମି ଠାରୁ ଭୂମା ତୁମେ ପରିବ୍ଯାପ୍ତ 

ତଟିନୀ ଜାହ୍ନବୀ ପିୟୂଷ ଧାରା

ଅନୁଗ୍ରହେ ତୁମ ପ୍ରାଣ ସୁଶୀତଳ 

ହସେ ଦୁଇ କୂଳ ସବୁଜ ଧରା ।

      ----



Rate this content
Log in

Similar oriya poem from Romance