STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
8


ଡାକେ ହାତ ଠାରି ଗିରି ଗୋବର୍ଦ୍ଧନ 

କୁଞ୍ଜ ବୃନ୍ଦାବନ ଲାଗେ ବିଷର୍ଣ୍ଣ,

ସବୁଜ କଅଁଳ ଛନ୍ନ ଛନ୍ନ ତୃଣ

ଚାରଣେ ଗୋଗୋଷ୍ଠ ନ ବଳେ ମନ ।

ଲାଗେ ଗୋପଦାଣ୍ଡ ଖାଲି ଶୂନ୍ଯ ଶୂନ୍ଯ 

ଶୁଭେ ନାହିଁ କର୍ଣ୍ଣେ ମୂରଲୀ ସ୍ବନ, 

ତୁମେ ଗଲା ପରେ ହେ କେଶବ କୃଷ୍ଣ 

ଦିଶଇ ମଳିନ ଉଦିଆ ଜହ୍ନ ।

ପ୍ରାତଃ ସାୟଂ କାଳେ ନିଶବ୍ଦ କୁହାଟ

ସ୍ବର ସମବେତ ହାସ୍ୟର ରୋଳ ,

ଗୋଚାରଣ ପାଇଁ ଯିବାକୁ ବନକୁ

ବଳାଉନି ମତି ଗୋପ ଦୁଲାଳ ।

ଭାଣ୍ଡରେ ଲବଣୀ ଗୋଟିକା ଅଧାମ

କନ୍ଦ ପକ୍ବଫଳ ସର ଗୋକ୍ଷୀର ,

ପଡିଲେ ନଜର ଲାଗୁଅଛି ଡର

ଦିଶେ କଳାକାହ୍ନୁ ମୁହଁ ସୁନ୍ଦର ।

ଝୁରନ୍ତି ରାଧିକା ଗୋପେ ଗୋପାଙ୍ଗନା

ଝୁରୁଅଛି ତଟ ନୀଳ ଯମୁନା ,

ପୁକାରେ ମୂରଲୀ ସ୍ବନ ସୁମଧୁର 

ମହକୁଛି ପୁଷ୍ପ କଦମ୍ବ ବାସ୍ନା ।

ଗୁମୁରି ଗୁମୁରି କାନ୍ଦୁଛି ହୃଦୟ

ପିଣ୍ଡ ପ୍ରାଣହୀନ ଲାଗେ ଅସାର ,

ଗଲାପରେ ତୁମେ ଓଠେ ନାହିଁ ହସ

ଶୁଖୁନାହିଁ ବହେ ଲୁହର ଧାର ।

     



Rate this content
Log in

Similar oriya poem from Classics