STORYMIRROR

Kiranbala Rath

Classics

4  

Kiranbala Rath

Classics

ଧର୍ମ କ୍ଷେତ୍ରରେ ପ୍ରେମ

ଧର୍ମ କ୍ଷେତ୍ରରେ ପ୍ରେମ

1 min
357

ଅନ୍ୟ ସବୁ ସାଦାସିଧା ଝିଅଙ୍କ ଭଳି

ଏକଦା ତୁମେ ଇଚ୍ଛା କରିଥିଲ

ଯେ ସେଇ ଅତିବଡ଼ ଜୀର୍ଣ୍ଣ ଦେଉଳ ଭିତରକୁ

ଯିବ ଆଉ ବାଞ୍ଛା ପୂରଣ ପାଇଁ ପ୍ରାର୍ଥନା କରିବ ‌।


ମୁଁ କିନ୍ତୁ ମନା କରିଥିଲି

କହିଥିଲି - ନା , ଚାରୁଶୀଳେ

ଆବଶ୍ୟକ ନାହିଁ ଆଉ କାହାକୁ

ଆମର ଦୁର୍ଲଭ ବାସନା କଥା କହିବା ।


ଆମ ମନୋବାଞ୍ଛା ଆମ ଭିତରେ

ଜଳୁଥାଉ, ଶାନ୍ତି ନ ହେଲେ ନ ହେଉ

ଏଥିପାଇଁ ଆଉ କାହାର ଦୟା ଉପରେ

ନିର୍ଭର କରିବା ପ୍ରେମ ର ଲକ୍ଷଣ ନୁହେଁ।


ତା ' ଛଡ଼ା ଦେଉଳ ଟା ଆମ ପାଇଁ ଭୁଲ୍ ତୀର୍ଥ

ତୁମେ ତା'କୁ ଗହନ ବନ , ନଦୀକୂଳ

କିମ୍ଵା ନିର୍ଜନ ବେଳାଭୂମି ପରି

ପ୍ରାଣବନ୍ତ , ବିଦ୍ୟାବନ୍ତ କି ହୃଦୟବାନ୍ ଭାବନା ।


ତା ' ର ପେଟରେ କେତେ କୃତିମତା ,

କେତେ ବାଛବିଚାର

ଦଳିତ , ବିଦଳିତ, ଉଚ୍ଚ ନୀଚ, 

ଦେଶୀ - ବିଦେଶୀ - ଏମିତି

ସାଦାସିଧା ମଣିଷ କୁ ଭାଗ ଭାଗ କରି

ତିଷ୍ଠି ରହିବାର ମନ୍ତ୍ର ଖୋଜୁଛି 

ଦୀପ ଜଳୁଛି ତା ' ଭିତରେ।


କେବେ କେଉଁ ପ୍ରେମୀ ସେଠିକି

ଭଲପାଇବା ମାଗିବାକୁ ଯିବା ଶୁଣିଛ ?

ଭିତରେ ପାଦ ରଖିବା କ୍ଷଣି

ତୁମର କୋମଳ ଆକାଂକ୍ଷା ଉପରେ

ଅଜାଡ଼ି ହୋଇ ପଡ଼ିବ ଜାତି ଧର୍ମ ର ପ୍ରଶ୍ନ ,

ତୁମେ ଶର ଜର୍ଜର ହୋଇଯିବ ଚାରୁଶୀଳେ।


ଦେଉଳର ଧୂପ - ଦୀପ - ନୈବେଦ୍ୟ - ଚାମରାଦି

ତୁମର ଚିନ୍ତା ଶୋଧନ କରି ବୁଝେଇ ଦେବେ 

ଯେ ଦୁନିଆରେ ପ୍ରେମ ବୋଲି କିଛି ନାହିଁ 

ଅଛି କେବଳ ଧର୍ମର କୃପା ଓ ମୃତ୍ୟୁ।


ତୁମେ ଯଦି ନ ମାନ

ତୁମକୁ ସହସ୍ର ଭୁଜରେ ଟଣାଓଟରା କରାଯିବ ।


ଅବଶ୍ୟ ସେ ଦିନ ମୋର ବାରଣ 

ତୁମକୁ ସ୍ତବ୍ଧ କରିଥିଲା

ସମ୍ଭବତଃ ମୋର ପ୍ରେମ ରେ କିଛି ତ୍ରୁଟି ରହିଯାଇଥିଲା।

କି କ'ଣ ତୁମେ ମୋର ବାରଣ

ଉଲ୍ଲଂଘନ କରିଥିଲ , ଦୁଃଖ ଦେଇଥିଲ ।


ଏବେ ଦୀର୍ଘକାଳର ଅଭିଜ୍ଞତା ପରେ

 ତୁମର ହୃଦବୋଧ ହୋଇ ସାରିଥିବ

ଯେ ସମ୍ପର୍କରେ ସେପରି କିଛି

ଅର୍ଥ ନ ଥାଏ କୁରୁକ୍ଷେତ୍ର ରେ

ଭଲପାଇବା ର ସେପରି କିଛି ମାନେ ନଥାଏ

ଧର୍ମ କ୍ଷେତ୍ରରେ.....।



Rate this content
Log in

Similar oriya poem from Classics