STORYMIRROR

Pratima Satpathy

Classics

4  

Pratima Satpathy

Classics

ନାରୀ ନେତ୍ରୀ ନନ୍ଦିନୀ ଶତପଥି

ନାରୀ ନେତ୍ରୀ ନନ୍ଦିନୀ ଶତପଥି

1 min
239


ଉଣେଇଶ ଏକତ୍ରିଂଶ ମସିହାର

   ଜୁନ୍ ନଅ ତାରିଖରେ

ଜନମି ଥିଲ ହେ ଆଇରନ ଲେଡି

   କଟକ ପିଠା ପୁରରେ ।

ପିତା କାଳନ୍ଦୀ ଚରଣ, ଦାଦା

  ଭଗବତୀ ପାଣିଗ୍ରାହୀ ନାମ

ପିତା ସାହିତ୍ୟିକ, ଦାଦା ରାଜନେତା,

  ନନ୍ଦିନୀ ତୁମରି ନାମ ।

ଦୁଇଜଣଙ୍କ ର କାର୍ଯ୍ୟର ପ୍ରଭାବ

   ତୁମ ଉପରେ ପଡ଼ିଲା

ଛୋଟ ବେଳୁ ଅନାଥ ନାମକ ଗପ

   କଲମ ମୁନେ ଝରିଲା ।

ପିଲାବେଳୁ ସ୍ଵାଧୀନତା ଆନ୍ଦୋଳନେ

   ଇଂରେଜ ଠୁ ମାଡ ଖାଇ

ଅନନ୍ୟା ଓ ବହ୍ନି କନ୍ୟା ତୁମ ନାମ

  ସ୍ୱର୍ଣ୍ଣାକ୍ଷରେ ଅଛି ରହି ।

ରେଭେନ୍ସା କଲେଜରୁ ସ୍ନାତକ ସାରି

    କଟକରୁ ରାଜ୍ୟସଭା

ରାଜନୀତିରେ ଦକ୍ଷ ପ୍ରବିଣା,ତୁମେ

  ଥିଲ ସମାଜ ସେଵିକା ।

ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ

   ଓଡ଼ିଶାକୁ ନୁଆ ରୂପ

ଦେଇଅଛ ତୁମେ ହେ ଅପରାଜିତା

   ସାହାସିକ ପଦକ୍ଷେପ ।

ଭୂସଂସ୍କାର ଆନ୍ଦୋଳନ, ବାର୍ଦ୍ଧକ୍ୟ

  ଭତ୍ତା ଆଇନ୍ ପ୍ରଣୟନ୍

ଦଳିତ ଆଦିବାସୀଙ୍କ ପାଇଁ କଳିଙ୍ଗ

  କୁଟୀର କଲ ନିର୍ମାଣ ।

ଟେଲିଭଜନ ଓ ଅପର କୋଲାବ

  ଜଳଭଣ୍ଡାର, ରେଙ୍ଗାଳି

ଜାଗ୍ରତ ଓଡିଶା ଗଠନ କରିଲ

   ଯୌତୁକ, ନିରୋଧ ଆଇନ ।

ମହାଜନୀ କାରବାରକୁ ବିରୋଧ

   ଯୋଜନା ବୋର୍ଡ ଅଧ୍ୟକ୍ଷା

ରସିଦ ଟିକଟ, ଗାନ୍ଧୀ କଥାମୃତ,

  ସପ୍ତଦର୍ଶୀ, କେତୋଟି କଥା ।

ଟିକି ସୁନା ହଜିଗଲା, ଆଉ କେତେ

  ପ୍ରବନ୍ଧ ଓ ଗୀତ ରଚି

ଓଡ଼ିଶା ଏକାଡେମି, କେନ୍ଦ୍ର ସାହିତ୍ୟ

   ଏକାଡେମି ସମ୍ମାନ ମିଳିଛି ।

ନେହେରୁ, ଶାସ୍ତ୍ରୀ, ଓ ଇନ୍ଦିରା ଗାନ୍ଧୀ

   ଙ୍କ ସାଙ୍ଗରେ କରିଣ କାମ   

ଅକ୍ଷୟ କୀର୍ତ୍ତି ରଖିଛ ଇତିହାସେ

   ରହିଥିବ ତୁମ ନାମ ।


Rate this content
Log in

Similar oriya poem from Classics