STORYMIRROR

Padmini Parida

Classics

4  

Padmini Parida

Classics

ହୋଲି

ହୋଲି

1 min
367

    ଆସୁଅଛି ହୋଲି ରାଧାକୃଷ୍ଣ ଝୁଲି

    ଉଛୁଳେ ମନ ଯମୁନା ଦେଖିବାକୁ ଖାଲି।

    ରଙ୍ଗର ପରବ ହୋଲି ଅଟଇ

    ରଙ୍ଗୀନ ରଙ୍ଗୀନ ଚୌଦିଗ ଆଜି।

     ଆସିଛି ଫଗୁଣ ଧରି ଅବିର

     ରଙ୍ଗେଇ ଦେବ ସେ ପୁର ନଗର।

     ରାଧା କୃଷ୍ଣ ଝୁଲନ୍ତି ଝୁଲାରେ ଦୋହଲି

     ବଉଳ ଫୁଲରେ ବାସେ ମନ ଯାଏ ଚହଲି।

     ରଙ୍ଗ ଖେଳିବାକୁ ଆସନ୍ତି ମୋ କାହ୍ନା

     ବିମାନେ ସଜେଇ ହୋଇ।

     ନାଲି, ନେଲି, ପୁଣି ରଙ୍ଗ ହଳଦୀ

     ପୁର ପଲ୍ଲୀ ଠାରୁ ସହର ଯାଏ।

     ରଙ୍ଗର ମଳୟ ସବୁଠି ବହେ

     ଅନ୍ତରେ ଭରି ପ୍ରେମର ଅବିର ।

     ରଙ୍ଗ ଏତେ ରଙ୍ଗ ସ୍ନେହ ପ୍ରେମର

     କରିବା ସଭିଙ୍କୁ ଅଭିନନ୍ଦନ।

     ଭାରୀ କମନୀୟ ଆମରି ସଂସୃତି

     ଆସରେ ସଭିଏଁ ଅବିର ଲଗେଇ।

     ପିଲାଦିନର ସେହି ସାଙ୍ଗସାଥୀ ମେଳ

     ନାଚ ଗୀତ ଭରା ସେ ରଙ୍ଗ ଖେଳ।

     କିଛି ଅଫେରା ଅଭୁଲା ସ୍ମୃତି

     ଜୀବନ ଜଞ୍ଜାଳେ ଭାରି ମନେ ପଡେ।

     ଆଖିକୁ ଦିଶେ ଦୁନିଆଁଟା ରଙ୍ଗମୟ ବୋଲି

     ଆସିଅଛି ପରା ହୋଲି।

     ହସ ଖୁସି ବାଣ୍ଟି ପବିତ୍ର ମନରେ

     ପୁଣି ଭିଜିବା କି ବନ୍ଧୁତା ଛିଟାରେ

     ଆସିଅଛି ପରା ହୋଲି।

       


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Classics