STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଷଠିଘର

ଷଠିଘର

1 min
288


ଜୀବନର ବାର୍ତ୍ତା ଦିଏ ଷଠିଘର

ସୁସଂସ୍କାରେ ଗଢେ ପିଣ୍ଡ 

ଷଠୀଘରେ ଆମ ପଡେ ମୂଳଦୁଆ 

ଗୁଞ୍ଜେ କର୍ଣେ ମାଆ ଶବ୍ଦ ।

ଗୁଡ ମିଶା ମୁଢି ବିରି ମୁଗ ବୁଟ

ପଞ୍ଚୁଆଣି ଖାଦ୍ଯ ମିଶି

ଜନମ ଦିନର ପଞ୍ଚମ ଦିନରେ

କରାଯାଏ ପଞ୍ଚୁଆତି ।

ପାଟିରେ ପକାଇ ଚୋବାଏ ମାଆଟି

କାନେ କରେ କୁଡୁମୁଡୁ

ଶିଶୁଟି ଶୁଣିଲେ ଦୂର ହୁଏ ବାଧା

ଶୁଣିପାରେ ଭଲ ସବୁ ।

ରୋଷଘର କାନ୍ଥେ ଷଷ୍ଠୀ ଦିନ ହୁଏ 

ଛ ମେଞ୍ଚା କାଦୁଅ ଛପା

କଉଡି ଛଅଟି ଦିଅନ୍ତି ଲଗାଇ 

ହଳଦୀ କଜ୍ଜ୍ୱଳ ଲେପା ।

ହୁଏ ଭାତ ଡାଲି ଦୁଇ ତରକାରୀ

ଚକୁଳି ଓ ମାଛ ଭଜା

ଏନ୍ତୁଡିଶାଳରେ ଚାଲଇ ମାଲିସ

ଷଠିଦେବୀ ମାତା ପୂଜା ।

ସଧବା ସ୍ତ୍ରୀଲୋକ ମିଶି ସାତଜଣ

ଷଠିଦେବୀ ଉଦ୍ଦେଶ୍ଯରେ

ଅର୍ପଣ କରନ୍ତି ଛଅ ପରକାର

ଖାଦ୍ଯମାନ ଭକ୍ତି ଭରେ ।

ଗଡାଇ ଦିଅନ୍ତି ଭୂମିର ଉପରେ

ଶିଶୁ କରି ଯୋଡହସ୍ତ

ଜ୍ଞାତିବନ୍ଧୁ ମିଳି ସନ୍ଧ୍ଯା ସମୟକୁ

କରିଥାନ୍ତି ଭୋଜିଭାତ ।

ପୁତ୍ରଦା ସୁଖଦା ଦେବୀ ଷଠିମାତା

ଶିଶୁର କରନ୍ତି ରକ୍ଷା

ଅପୂର୍ବ ସୁନ୍ଦରୀ ଦେବୀ ଚମ୍ପା ବର୍ଣ୍ଣା

ରତ୍ନ ଭୂଷଣ ଭୂଷିତା ।

ଶୋଇଥିଲେ ଶିଶୁ ହସାନ୍ତି କନ୍ଦାନ୍ତି

ରହି ଉଜାଗର ସଦା

ଉଠାଇ ଦିଅନ୍ତି ସପନ ଦେଖାଇ

ଭାଙ୍ଗିଦ୍ଯନ୍ତି ଶିଶୁ ନିଦ୍ରା ।

କପାଳ ଲିଖନ କରନ୍ତି ବିଧାତା

ଷଠିଘରେ ଷଠିମାତା

ଆମ ପରମ୍ପରା ସଂସ୍କୃତି ମହାନ 

ଭରା ଦିବ୍ଯ ବାସ୍ତବତା ।

   



Rate this content
Log in

Similar oriya poem from Classics