ପତିତପାବନ ବାନା ଉଡାଇଛ ପତିତ ଉଦ୍ଧାର ପାଇଁ
ପତିତପାବନ ବାନା ଉଡାଇଛ ପତିତ ଉଦ୍ଧାର ପାଇଁ
ପତିତପାବନ ବାନା ଉଡାଇଛ
ପତିତ ଉଦ୍ଧାର ପାଇଁ,
ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁନାହିଁ
ହେ କଳା ଗୋସାଇଁ
ମୋ ଡାକ କି ଶୁଭୁନାହିଁ।
ବଡ ଦେଉଳରେ ବସିଛ ମଉନେ
ଭକ୍ତ ଭାବେ ବନ୍ଧା ହୋଇ,
ଭକ୍ତ କାନ୍ଦୁଅଛି ତୁମରି ଦୁଆରେ
ଦୟା ଟିକେ ହେଉନାହିଁ l
ଭକତ ପ୍ରେମରେ ବାଇ ହୁଅ ପ୍ରଭୁ
ତୁମେ ପରା ଭାବଗ୍ରାହୀ,
ତୁମରି ମହିମା ତୁମକୁ ହିଁ ଜଣା
କେମିତି ଜାଣିବି ମୁହିଁ
ହେ କଳା ଗୋସାଇଁ
କେମିତି ଜାଣିବି ମୁହିଁ।
ଦିଅ ନାହିଁ ପ୍ରଭୁ ଦାରୁଣ ଯନ୍ତ୍ରଣା
ସହି ତ ପାରୁନି ମୁହିଁ,
ଅନ୍ତିମ କାଳରେ ଦେଖିବି ମୁଁ ଡୋଳେ
ଆନ କିଛି ଲୋଡ଼ା ନାହିଁ l
ଜୀବନରେ ଯେତେ କରିଥିଲେ ପାପ
ନିମିଷକେ ଯାଏ ଧୋଇ,
ଦେଖିଦେଲେ ପ୍ରଭୁ ତୁମକଳା ମୁଖ
ଧନ୍ୟ ହୋଇଯିବି ମୁହିଁ
ହେ କଳାଗୋସାଇଁ
ଧନ୍ୟ ହୋଇଯିବି ମୁହିଁ।
ତୁମରି ଆୟତ୍ତେ ଏ ସାରା ସଂସାର
ତୁମେ ତା'ର ଅଧିପତି,
ତୁମ୍ଭ ଦୟା ହେଲେ ପାରି ହେବି ପ୍ରଭୁ
ଦେବ ବାରେ ମୋତେ ମୁକ୍ତି l
ତୋ କରୁଣା ପାଇଁ ଚାହିଁ ରହିଅଛି
ବଡ଼ ଦାଣ୍ଡେ ଠିଆହୋଇ,
କେଉଁ ଦିନ ପ୍ରଭୁ ଦୟା ହେବ ତୋ'ର
ମୁକତି ପାଇବି ମୁହିଁ
ହେ କଳା ଗୋସାଇଁ
ମୁକତି ପାଇବି ମୁହିଁ।
ପତିତପାବନ ବାନା ଉଡାଇଛ
ପତିତ ଉଦ୍ଧାର ପାଇଁ,
ମୂଁ ଜଣେ ପତିତ କାନ୍ଦି କାନ୍ଦି ମରେ
ମୋ ଡାକ କି ଶୁଭୁନାହିଁ !
ହେ କଳା ଗୋସାଇଁ !
ମୋ ଡାକ କି ଶୁଭୁନାହିଁ..
ହେ କଳା ଗୋସାଇଁ..
ମୋ ଡାକ କି ଶୁଭୁନାହିଁ ?
