STORYMIRROR

Sarojini Mishra

Classics

4  

Sarojini Mishra

Classics

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
423

ଦିବ୍ୟ ରସାମୃତ ଆମ ଭାଗବତ

ଜଗନ୍ନାଥ ଦାସ ସୁ-ପୁଣ୍ୟ କୃତି

ଓଡ଼ିଆ ଭାଷାରେ ସରଳ ଭାବରେ

ଓଡିଆଙ୍କୁ ଦେଲେ ଅମୂଲ୍ୟ ମୋତି ।


ଭାଗବତ ଖାଲି ଗ୍ରନ୍ଥଟିଏ ନୁହେଁ

ଭାବ ଭକ୍ତି ଭରା ପ୍ରତିଟି ଫକ୍ତି

ପ୍ରତି ଘରେ ଘରେ ଭାଗବତ ପୂଜା

ଜୀବ ଜୀଇଁବାରେ ଦିଏ ଶକତି ।


ଅଭିଶାପେ ସିକ୍ତ ପରୀକ୍ଷିତ ରାଜା

ଶୁକମୁନି ଦ୍ଯନ୍ତି ଦିବ୍ୟ ବାରତା

ସାତ ଦିନ ପାଇଁ ପରୀକ୍ଷିତ ରାଜା

କରୁଥାନ୍ତି ତାଙ୍କ ଜୀବନ ଚ଼ର୍ଯ୍ୟା ।


ଭାଗବତ ଆମ ଜୀବନ ଧାରାର

ଚିରନ୍ତନ ଏକ ଅମ୍କାନ ଧାରା

ତା ପରଶେ ଜୀବ ମୁକ୍ତି ପଥ ପାଏ

ଶେଷ ସମୟର ମୋକ୍ଷ ଫୁଆରା ।


ଭାଗବତ ପ୍ରତି ସରଳ ମଣିଷ

ବିଶ୍ଵାସର ଧାରା ସୁଦୃଢ ଥାଏ

ଜୀବନ ଜୀଇଁବା କଳାକୁ ସହଜେ

ଭାଗବତ ଆମ ବୁଝାଇ ଥାଏ ।


ଭାଗବତେ ଭାବ ଭାଗବତେ ଜ୍ଞାନ

ଭାଗବତ ଅଟେ ଯେ ବ୍ରହ୍ମମୟ

ଭାଗବତେ ଭକ୍ତି ଭାଗବତେ ମୁକ୍ତି

ଭାଗବତ ଅଟେ ଗାରିମା ମୟ ।


ସବୁ ଶାସ୍ତ୍ର ସାର ଗୀତାର ମହତ୍ତ୍ଵ

ଭାଗବତ ପୃଷ୍ଠା ମଣ୍ଡନ କରେ

ଭାବକୁ ଭାବରେ ଗତି କରାଏ ସେ

କେତେ ଗୁଢତତ୍ତ୍ଵ ପରଶି ଦିଏ ।


ସବୁ ବେଦସାର ଆମ ଭାଗବତ

କର୍ମର ମର୍ମକୁ ବୁଝାଇ ଦିଏ

ସୃଷ୍ଟି ତତ୍ତ୍ଵ କଥା ସରଳ ଭାଷାରେ

ଜନ ମାନସରେ ସଞ୍ଚରୁ ଥାଏ ।


ଭାଗବତ ଟୁଙ୍ଗି ପ୍ରତିଟି ଗାଁକୁ

ସଦା ଭାବମୟ କରୁ ଯେ ଥାଏ

ଭକ୍ତି ଭାବନାର ଜୀବନ ତତ୍ତ୍ଵକୁ

ଭକ୍ତ ଜୀବନର ଗାଥାରେ କହେ ।


ଭାଗବତ ଶୁଣି ବିହ୍ଵଳିତ ହୁଏ

ଜନ ଜୀବନର ହୃଦୟ ସ୍ଥଳ

ଭାଗବତ ଆମ ଜୀବନ ଧାରାର

ଅମୃତ ପରଶ ଚିର ଶାଶ୍ଵତ ।


ଭାଗବତ ଆମ ଜୀବନ ମୁକ୍ତିର

ଅପୂର୍ବ ସାଧନ ପ୍ରୀତି ପସରା

ପ୍ରତି ଘରେ ଶୁଭୁ ଭାଗବତ ଶବ୍ଦ

ଓଁ କାର ନାଦରେ ଉଛୁଳୁ ଧରା ।


ଭାବମୟ ଭାଗବତର ଝଙ୍କାରେ

ଗାଁର ଉଚ୍ଛ୍ଵାସ ଭରୁ ଯେ ଥାଉ

ଭାଗବତ ଟୁଙ୍ଗୀ ପୁନର୍ଜନ୍ମ ପାଉ

ଜୀଵ ଜଗତ ଯେ ଉଦ୍ଧାର ହେଉ ।

    


Rate this content
Log in

Similar oriya poem from Classics