STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଚଳନ୍ତି ଠାକୁର

ଚଳନ୍ତି ଠାକୁର

1 min
347


ମୋର ପିତାମାତା ମୋ ପାଇଁ ଦେବତା

ମୋ ପାଇଁ ବଡ଼ଦେଉଳ,

ତାଙ୍କ ସେବାପୂଜା ମୋ ଜୀବନ ବ୍ରତ

ଲଭିବି ବୈକୁଣ୍ଠ ପୁର।


ତାଙ୍କ ଆଦର୍ଶରେ ଗଢା ମୋ ଜୀବନ

ଚଳନ୍ତି ଠାକୁର ସେହି,

ତାଙ୍କ ଅବଦାନ ଅମୃତ ମୋ ପାଇଁ

କେବେ ମୁଁ ଭୁଲିବି ନାହିଁ।


ତାଙ୍କ ଆଶୀର୍ବାଦେ ଆଗକୁ ବଢିଛି

ସ୍ଵପ୍ନ ମୋର ଅସୁମାରୀ,

ମୋ ମୁଣ୍ଡ ଉପରେ ତାଙ୍କ ହାତ ଅଛି

ହୋଇଯିବି ମୁହିଁ ପାରି।


ନିଜେ ସହି ଦୁଃଖ ଦେଇଥାନ୍ତି ସୁଖ

ମନରେ ନଥାଏ ଦ୍ବିଧା,

ଖଟନ୍ତି ରକ୍ତକୁ ପାଣି ଫଟାଇ ସେ

ଆସୁ ପଛେ ଯେତେ ବାଧା।


ଧନରେ ବାବୁରେ ଡାକିଦେଲେ ମୋତେ

ଛାତି ମୋ ଉଠଇ ଫୁଲି,

ଗଙ୍ଗା ଗୟା ତୀର୍ଥ କାହିଁକି ଖୋଜିବି

ଚନ୍ଦନ ସେ ପଦଧୂଳି।


ପିତାମାତା ଠାରୁ ବଡ଼ ଦେବତା କେ

ସରଗ ରାଇଜେ ନାହିଁ,

ତାଙ୍କର ଆଶିଷ ସାହା ଏକା ସିନା 

ବିପଦୁ ତରିବା ପାଇଁ।


ପଥର ଦେବତା ସନ୍ତୁଷ୍ଟ ନୁହଁନ୍ତି

କଷ୍ଟ ଦେଇ ପିତାମାତା,

ଚଳନ୍ତି ଠାକୁର ସେ ଅଟନ୍ତି ମୋର

ସେ ମୋ ଭାଗ୍ୟ ବିଧାତା।


ବୃଦ୍ଧାଶ୍ରମେ ଛାଡ଼ି ବୃଦ୍ଧ ପିତାମାତା

ଯଦି କର ଦାନଧର୍ମ,

ଲୋକ ଦେଖାଣିଆ ଏମିତି କରିଲେ

ନୁହେଁ ସିଏ ପୁଣ୍ୟକର୍ମ।


ଅନ୍ଧ ପିତାମାତା ଭାରରେ ବୋହିଣ

ପୁତ୍ର ଶ୍ରବଣ କୁମାର,

ପିତାମାତାଙ୍କର କରାଇଲା ତୀର୍ଥ

ମଣି ଚଳନ୍ତି ଠାକୁର।


ପିତୃସତ୍ୟ ପାଳି ପ୍ରଭୁ ସେ ଶ୍ରୀରାମ

ଭୋଗିଥିଲେ ବନବାସ,

ମନରେ ଟିକିଏ କୁଣ୍ଠା ବି ନଥିଲା

ହେଲେ ମର୍ଯ୍ୟାଦା ପୁରୁଷ।


Rate this content
Log in

Similar oriya poem from Abstract