ଆସିଛି ହୋଲି
ଆସିଛି ହୋଲି
ଆସିଛିରେ ହୋଲି ଆସିଛି
ରଙ୍ଗର ପସରା ଆଣିଛି
ନାଲି,ନୀଳ ସାଥେ ସବୁଜ ଗୋଲାପି
ମନକୁ ଚୋରାଇ ନେଉଛି
ଆସିଛିରେ ହୋଲି ଆସିଛି।
ଭେଦଭାବ ଭୁଲି ଖେଳିଯିବା ହୋଲି
ଆନନ୍ଦରେ ମନ ନାଚୁଛି
ଆସିଛିରେ ହୋଲି ଆସିଛି।
ସବୁଠୁ ନିଆରା ଆମ ପରମ୍ପରା
ସ୍ନେହ,ପ୍ରେମ ,ପ୍ରୀତି ବୁଣେ ଭାଇଚାରା
ସାରା ବିଶ୍ବ ଝୁରି ମରୁଛି
ଆସିଛିରେ ହୋଲି ଆସିଛି।
ଘରେ ଘରେ ଶୁଭେ ହରିନାମ ଭାବ
ବିମାନେ ବୁଲନ୍ତି ଶ୍ରୀ ରାଧା ମାଧବ
ଭକତି ଅମୃତ ଝରୁଛି
ଆସିଛିରେ ହୋଲି ଆସିଛି।
