STORYMIRROR

Debaki Behera

Romance Tragedy

2  

Debaki Behera

Romance Tragedy

ତୁମ ଶେଷ ଚିଠି

ତୁମ ଶେଷ ଚିଠି

1 min
26

ଘର ସଫା କରୁ କରୁ ପାଇଲି ଏକ ଚିଠି

ଲେଖା ଥିଲା ତୁମ ନାମ ବିଭାଘର ଭେଟି।

ମନେ ପଡିଗଲା ଆଜି ଅତୀତର ସେ ସ୍ମୃତି

ଦେଇଥିଲ କେତେ ସ୍ନେହ, ଶ୍ରଦ୍ଧା ଆଉ ପ୍ରୀତି

ସେଦିନର ଋତୁ ଥିଲା ବସନ୍ତ ବସନ୍ତ

ପ୍ରେମ ଆକାଶେ ଉଡୁଥିଲୁ ଦିଗହରା ପ୍ରାନ୍ତ।

ସେତେବେଳେ ଲେଖିଥିଲ କେତେ ପ୍ରେମ ପତ୍ର

ରାଜୁ ବୋଲି ପିଲା ହାତେ ଭେଜୁଥିଲ ପତ୍ର।

ସେଇ ପତ୍ରେ ଥିଲା କେତେ ପ୍ରେମ ଯେ ତୁମର

ନିତି ତୁମ ପତ୍ର ବିନା ଲାଗେ ସବୁ ଯେ ଅନ୍ଧାର।

ମନର ଭାବ ତୁମର ଲେଖା ହୋଇକରି

ଦିଶୁଥିଲା ସତେ ଅବା ପତ୍ରରେ ତୁମରି।

ଦିନ ରାତି ସବୁ ମୋର ଥିଲା ଯେ ରଙ୍ଗୀନ

ଭାସି ବୁଲୁଥିଲି ମୁଁହି କୁହୁଡି ସପନ

ଶେଷ ପତ୍ର ଦେଇଥିଲ ମନେ ଅଛି ମୋର

ସେଇ ପତ୍ରେ ଲେଖାଥିଲା ତୁମ ବିଭାଘର।

ପାଗେଳି ପରି ମୁଁ ହୋଇଥିଲି ଯେ ନିର୍ବାକ

ଭାଷା ଜ୍ଞାନ ନଥିଲା ମୋ ହୋଇଲି ଚାତକ।

କେଉଁ ଅପରାଧ ମୁଁହି କରିଥିଲି ବୋଲି 

ପୁଛିବାକୁ ଯିବାପାଇଁ ମନ ହେଲା ଖାଲି।

ପୁଣି ପାଦ ଫେରି ଆସି ରହିଲା ତା ଜାଗେ

ନଥିଲା ମୋ ମନେ କିଛି ତୁମ ଖୁସି ଆଗେ।

କେଉଁଠାରେ ଅଛ ଏବେ ଜାଣିନାହିଁ ମୁଁହି

ଆଜି ତୁମ ଚିଠି ଦେଲା ମନେ ତ ପକାଇ।

ସେଇ ଭଳି ଅଛି ଆଜି ଏକାକିନୀ ହୋଇ

ବଞ୍ଚିଅଛି ଆଜି ଯାଏଁ ତୁମ ସ୍ମୃତି ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance