ତୁମ ଇଚ୍ଛାରେ ସୁଖ
ତୁମ ଇଚ୍ଛାରେ ସୁଖ


ତୁମ ଇଚ୍ଛାରେ ପବନ,
ମଣିଷର ନିଃଶ୍ୱାସ-ପ୍ରଶ୍ୱାସ ଜୀବନ
ପ୍ରଭୁ ତୁମ ଇଚ୍ଛାରେ ସକାଳ ସାୟାହ୍ନ,
ମାଟି ଆଉ ଗଗନ,
ତୁମ ଇଚ୍ଛାରେ ପ୍ରଭୁ ଝରଣା,
ନଦୀ, ଜଙ୍ଗଲ ସାଗର ଗର୍ଜନ
ତୁମ ଇଚ୍ଛାରେ ବାବା ମଣିଷର
ସୁଖଦୁଃଖ, ନିଦ ଓ ସପନ,
ତୁମେ ଚାହିଁଲେ ମଣିଷ
ବିପଦରୁ ପାଏ ମୁକ୍ତି, ହୁଏ ସମ୍ପନ୍ନ
ମହାବୀର ତୁମ ଇଚ୍ଛାରେ ହସଲୁହ,
ତୁମ ଇଚ୍ଛାରେ ସମ୍ମାନ,
ତୁମ ଇଚ୍ଛାରେ ମନ ବିବେକ
ଓ ଆତ୍ମାର ଗତି, ଶକ୍ତହୁଏ ମନ
ପ୍ରଭୁ ତୁମ ଇଚ୍ଛାରେ ଆୟୁଷ ପିୟୁଷ,
ତୁମ ଇଚ୍ଛାରେ ପରାଧୀନ।