ବିଦାୟ ବିରତି
ବିଦାୟ ବିରତି


ମୁଁ ଫେରିଯିବି ମୋ' ବାଟରେ ଘାଟରେ
କେତେ ମାଟିର ଫାଟରେ ଏକ ନୁଆ ଘଟରେ
ହେ ସମୟ ଯାହା ତୁମେ ଦେଖାଇଛ,
ଫେରିଯିବି ସେହି ବିରଳ ବିଶେଷ ଦିଗରେ
ହେ ସମୟ ଯାହା ତୁମେ ଶିଖାଇଛ,
ସମ୍ପୁର୍ଣ୍ଣ ଭାଙ୍ଗିଦେବି ଭିତରୁ ନିଜକୁ
ଲୁହର ଲୁହାରେ କୋହର କହୁଣୀରେ
ବାହୁଡ଼ିବି ଆତ୍ମାର ରଥରେ ନିଜକୁ ଟାଣି
ହେ ସମୟ ସେ ରଥ ଦଉଡ଼ି ଟାଣିବା
ତୁମେ ହିଁ ତ ମୋତେ ବୁଝାଇ କହିଛ,
ଲେଉଟିବି ମୋ' ଲେଉଟାଣି ବେଳ ଇଏ
ବିପର୍ଯ୍ୟସ୍ତ ବହଳ ଅନ୍ଧାର ଜୀବନ ଜଙ୍ଗଲ ଦେଇ
କେତେ ଲତା ପୁଷ୍ପ କଣ୍ଟାର ଆଘାତ ସହି
ଅବିଳମ୍ବେ ଥାପିବି ପାଦଦୁଇ ମାପି ବେଗ
ହେ ସମୟ ସେହି ଆବେଗର ଆକାଶକୁ ଦେଖି
ଯେଉଁ ଆବେଗ ତୁମେ ମୋ' ଭିତରେ ଜନ୍ମାଇଛ,
ବୁଝାଇଦେଇଛ ହେ ସମୟ ମହାଶୟ ତୁମେ
କହିଛ ତୋ' ମୃତ୍ୟୁ ପରେ ବି ତୋତେ ଦୋଷୀ କହିବେ
ଶବକୁ ବି ତୋର ଦେବେ ନିନ୍ଦା ଅପମାନ
ତେଣୁ ବୁଝିଛି ମୁଁ ଏ ଜଳପୂର୍ଣ୍ଣ ମଣିଷର ଜୀବନ
ହେ ସମୟ ଚାଲିଯିବି ତୁମ ଶଗଡ଼ରେ
ଯେଉଁ ଶଗଡ଼ ତୁମେ ମୋ' ପାଇଁ ସଜତ୍ନେ ଗଢିଛ।