STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ସମୟର ଠିକଣା

ସମୟର ଠିକଣା

1 min
151

ସମୟର ଠିକଣା

କିଏ ବା ପାରିବ କହି

ଭାବନ୍ତି ସଭିଏଁ

ଗତାନୁଗତିକସେ l


ସମୟର ଅନୁରାଗ

ବେଳେବେଳେ ବଢିଆଳି 

ଦେହରେ ଅଦୃଶ୍ୟ ଆଲିଙ୍ଗନ ସମ

ଆଜାଡି ଦେଲେବି l


ସଂସାର ପିରାମିଡ଼ରେ

ବଦଳୁଥାଏ ପ୍ରତିମୁହୂର୍ତରେ

ଦୃଶ୍ୟପଟର ରଙ୍ଗ ବାର ବାର

ମୁଦ୍ରିତ ଯୌବନ ଖାଲି  l


ବଞ୍ଚି ରହିଥାଏ ସୁପ୍ତ

ଅବସ୍ଥା ରେ 

କାମନା ବାସନା

ଚିନ୍ତା ଚେତନା ଅହରହ ନିଷ୍ପେସିତ

ଅହଂକାରର ଅଗ୍ନିରେ l


ପତରରୁ ପଣତ ଯଏଁ

ଯେତେ ରଙ୍ଗ ମାଖିଲେ ବି

ନ ପାଏ କୂଳ କିନାରା

ଭବିତବ୍ୟ ଆତଙ୍କରେ ଭରା l


ଅନ୍ତଃ୍ରମନରେ ଅସ୍ପଷ୍ଟ ଯନ୍ତ୍ରଣା

ସତେ ଅବା ହଜିଯାଇଥାଏ

ଖୋଜୁଥିବା ସମୟର ଠିକଣା

ନିୟତିର କାଳ ଚକ୍ରେ l


କି ଅବା ପ୍ରାରବ୍ଧ ତାଡ଼ନାରେ

ଖୋଜି ଖୋଜି ସମୟକୁ

ସହିବାକୁ ପଡିଥାଏ

ଅନେକ ଯାତନା l


Rate this content
Log in

Similar oriya poem from Tragedy