STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ମୁଁ ଯେ ଏକ

ମୁଁ ଯେ ଏକ

1 min
207


  ମୁଁ ଯେ ଏକ

  ଅଲୋଡା ଅଖୋଜା ମଣିଷ ଟିଏ

  ନାହିଁ ମୋ'ର କେହି ସାଥୀ ଟିଏ

  ନାହିଁ ପ୍ରିୟା ପ୍ରୀତି ମୋ ପାଇଁ କିଏ

  ମୁଁ ଯେ ଏକ

   ଅଲୋଡା ଅଖୋଜା ମଣିଷ ଟିଏ ।


  ନାହିଁ ମୋ ନିଜର କିଏ

  ନାହିଁ ସଖା ସହୋଦର ଟିଏ

  ଭୁଲା ମନ ମୋ'ର

  ମୁଁ ଯେ ସବୁ ଭୁଲିଯାଏ

  ପ୍ରିୟ ଅପ୍ରିୟ ମୋ ପାଇଁ 

  ସବୁ ସମ ପ୍ରାୟ

  ନାହିଁ ନାହିଁ ରେ ବଞ୍ଚେ ମୁଁ

  ଜାଣେନା ମୋ ନିଜର କିଏ

  ମୁଁ ଯେ ଏକ

  ଅଲୋଡା ଅଖୋଜା ମଣିଷ ଟିଏ ।


  ନାହିଁ ମୋ'ର ଧନ ମାନ

  ନାହିଁ ମୋ'ର ସନମାନ

  ନାହିଁ ମୋ'ର କିଛି ଜ୍ଞାନ

  ଦୁନିଆଁ ଆଖିରେ ମୁଁ ହୀନ

ମୁଁ ଯେ ସମଭାବାପନ୍ନ

  ସ୍ନେହ ପ୍ରେମେ ଥାଏ ମନ

  ସେ ପାଇଁ ମୁଁ ଶ୍ରୀହୀନ

  କିଏ କୁହେ ମୋତେ ଭୋଳା

  କିଏ ଭାଳେ ମୁଁ ଦୀନହୀନ

  କିଏ କୁହେ ମୁଁ ବୋକାଟିଏ

   ସେ ପାଇଁ ମୁଁ ଯେ ଏକ

   ଅଲୋଡା ଅଖୋଜା ମଣିଷ ଟିଏ ।


 ଧନୀ ଗରିବ ର ଭେଦ

 ଜାତି ଧର୍ମ ର ପ୍ରଭେଦ

 ମୋ ନୀତି ଆଦର୍ଶ ନୁହେଁ

 ସେ ପାଇଁ କିଏ ମୋତେ

 କୁହେ ଓଲାଟିଏ

 ଶ୍ରେଣୀ ହୀନ ସମାଜ ର

 ଅହରହ ସ୍ବପ୍ନ ଦେଖୁଥାଏ

 ସେଥିପାଇଁ ସେ ଏ ସମାଜ

 ମୋ ଚରିତ୍ରକୁ କଳଙ୍କିତ କୁହେ

 ସେ ପାଇଁ ଏ ସମାଜେ

 ମୁଁ ଯେ ଏକ

 ଅଲୋଡା ଅଖୋଜା ମଣିଷ ଟିଏ ।  


   ବୁଝେନା ମୁଁ ଜାତି ଧର୍ମ

   ବୁଝିଛି ମୁଁ ମୋ କର୍ମ

   ବୁଝେନା ମୁଁ ଲିଙ୍ଗ ର ପାର୍ଥକ୍ୟ

   ବୁଝିଛି ମୁଁ ସବୁ ମଣିଷ ଏକ

   ସ୍ତ୍ରୀ ପୁରୁଷ ପ୍ରଭେଦ

   ବୁଝେନା ମୁଁ ତା'ର ଭେଦ

   ମୁଁ ସଚ୍ଚା ଦେଶ ଭକ୍ତ

   ଦେଶ ଭକ୍ତି ର ମଣିଷଟିଏ

   କଳାଗୋରା ଭେଦଭାବ

   ବୁଝେନା ମୁଁ ତା'ର ଭାବ

   ସତ୍ୟ ନ୍ୟାୟ ର ପଥିକ

   ଦେଶ ମାତୃକାର ଚାହେଁ

   ରଖିବାକୁ ଟେକି

   ସେ ପାଇଁ ମୁଁ ସମାଜରେ

   ଘୃଣିତ ମଣିଷଟିଏ

   ସେଥିପାଇଁ ମୁଁ ଯେ

   ସମାଜ ଆଖିରେ

   ଅଲୋଡା ଅଖୋଜା ମଣିଷ ଟିଏ ।


 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract