STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଆତ୍ମକଥା ଏକ କବିର

ଆତ୍ମକଥା ଏକ କବିର

1 min
202


କିଏ କବି କହୁ କି ନ କହୁ

ମୁଁ ଭାବେ ମୁଁ କବିଟିଏ।

କାରଣ କେତେ ତ ଲେଖିଛି

ସେ ସବୁ କେଉଁଠି 

ଚିରା କାଗଜ ହୋଇ 

ଫିଙ୍ଗା ଯାଇ ସାରିଲାଣି।

କେତେ ତ ଲେଖିଛି

ସେ ସବୁ ଡାଇରୀ ଭିତରେ

ରଦ୍ଦି କାଗଜ ବନି ସାରିଲେଣି।

ଲେଖିଛି କିଛି ତାହା ମୋ 

ମୋବାଇଲ ର କିପ୍

ଭିତରେ ଲୁଚକାଳି ଖେଳୁଛନ୍ତି।

କିଛି ଲେଖା ଲେଖି ସାରି 

ଡିଲିଟ୍ କରି ସାରିଲିଣି।

କିଛି ଲେଖା ହୃଦୟ ଭିତରେ

ରହି ଆର୍ତ୍ତଚିତ୍କାର ଛାଡୁଛନ୍ତି।

ସବୁ ଲେଖା ତ ପ୍ରକାଶ କରି ହୁଏନା

କାରଣ କାଳେ କିଏ ଭାବିଦେବ

ଇଏ ଆମ କଥା ଲେଖିଦେଇଛି।

କବିଟିଏ ଏକ ଭସା ମେଘ

କେଉଁଠି ବର୍ଷିବ 

ସେକଥା ତାକୁ ଜଣାନଥାଏ।

ଇଛାଟା ତାର ଅଦିନିଆ ଘୁର୍ଣ୍ଣିଝଡ

କାହାର ସର୍ବନାଶ କି କାହାର ପୁଷମାଷ

କରିବ ତା ବି ତାକୁ ଜଣା ନଥାଏ।

ଲେଖନୀ ତାର ତୀକ୍ଷ୍ଣ ବୁଲେଟ୍

କେତେବେଳେ କାର ହୃଦୟକୁ

କ୍ଷତାକ୍ତ କରିବ ସେ ହିସାବ 

ବି ସେ ରଖି ପାରେ ନାହିଁ।

ଅକ୍ଷର ଗୁଡିକ ତାର 

ବୃନ୍ତଚ୍ୟୁତ ଗୋଲାପ କଳିକା

କେତେବେଳେ କେଉଁଠି

ସେ ମଧୁଶଯ୍ୟା ସଜାଡି ଦେବ

ତାର ବାସ୍ନା ବି ସେ

ଆଘ୍ରାଣ କରିବାକୁ ନ ଥାଏ।

ଖାତା ହେଉ କି ମୋବାଇଲ

ଏ ସବୁ ତାର ଏକ

 ସଦ୍ଦିଛାର ଅନାହତ ସ୍ବର

 ସେ କାହା ମନ ହୃଦୟ ଉପରେ

 କି ପ୍ରଭାବ ପକାଏ

 ତାକୁ ବି ସେ ପଡ଼ିପାରେ ନା।

 ହେଲେ ହୃଦୟ ତାର ଫୁଲଠୁ କୋମଳ

 ମନଟିରେ ତାର ମମତ୍ବର ଫଲଗୁ

 ଗତି ତାର ସତ୍ୟପଥର ଯାତ୍ରା।

 ସେ ଏକ ସୀମାହିନ ପଥର ପଥିକ

 ତାକୁ ତା ବାଟରେ ଚାଲିବାକୁ

 ଛାଡ଼ିଦେବା ଉଚିତ୍

 ନ ହେଲେ ସେ 

 ଯିଇଁକି ବି ଯିଇଁବା ଛାଡିଦେବ

 ଦେଖିକି ବି ଦେଖିବା ଭୁଲିଯିବ

 ହସିକରି ବି ହସିବା ଭୁଲିଯିବ

 ଲେଖି କି ବି ଲେଖିବା ଭୁଲିଯିବ

 ଶେଷରେ ନମରି ବି ସେ ମରିଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy