ଦୁଃଖ
ଦୁଃଖ
ହେ ଦୁଃଖ
ତୁମେ ଏ ଜୀବନେ ଅତି ଆପଣାର
ତୁମେ ମୋତେ ଚିହ୍ନାଇଛ
ଏ ପୃଥିବୀ କୁ ।
ମୋତେ କେନ୍ଦ୍ର କରି ଘୁରୁଥିବା
ମୋର ବନ୍ଧୁ ଜ୍ଞାତି କୁଟୁମ୍ବ ଙ୍କୁ ।
ତୁମରି ଜ୍ଵଳନ୍ତ ଅଗ୍ନିରେ
ମୋତେ ତୁମେ ଜଳାଇଛ ଶତବାର
ମୁଁ ଜାଣିଛି ବନ୍ଧୁ ତୁମେ ମୋର
କାହିଁକି ଏତେ ଆପଣାର
ମୋ ପାଖରେ ତୁମେ ଯେବେ ଥାଅ
କେହି କେବେ ଇଛା କରେ ନାହିଁ
ହେବା ପାଇଁ ମୋ ଦୁଃଖ ର ଭାଗୀଦାର ।
