STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

କୁଆଡେ଼ ଗଲା

କୁଆଡେ଼ ଗଲା

1 min
184

ସେଦିନ ଥିଲା ସେହି ଦିନ ସେଠି

 ମୋ ପୃଥିବୀ ମୋ ସାଥିରେ ତ ଥିଲା,

 ସେ ଦିନ ଥିଲା ସେହି ଦିନ ସେଠି

 ମୋ ଭାବନା ତ ମୋ ସାଥିରେ ଥିଲା।

 ସେଦିନ ଥିଲା ସେହି ଦିନ ସେଠି

 ମୋ କର୍ମ ବି ମୋର ସାଥ ଦେଲା,

 ସେଦିନ ଥିଲା ସେହି ଦିନ ସେଠି

 ମୋ କଥାରେ କିଛି ମୂଲ୍ୟ ଥିଲା।

 ସେଦିନ ଥିଲା ସେହି ଦିନ ସେଠି 

 ନ ଚାହିଁଲେ ବି ସବୁ ଆପଣାଉ ଥିଲେ,

 ସେଦିନରେ ତ ମୋର ଚାରିଆଡ଼େ 

 ଆପଣାର ପହ୍ଲେ ଥିଲେ।

 କୁଆଡେ଼ ସେଗଲା ସେଦିନ ମୋସେଠି? 

 ଆଉ ଏଠି 

 ଏ ଦିନ ମୋର ବଦଳି ବଦଳି ଗଲା,

 ମୁଁ ବଦଳିଲି ତୁ ବଦଳିଲୁ 

 ସଭିଏଁ ଗଲେ ବଦଳି

  ଶେଷେ ଦୁନିଆ ବଦଳି ଗଲା।

  ସଭିଏଁ କୁହନ୍ତି ରଙ୍ଗ ବେରଙ୍ଗର ଚଷମା

  କାଚରେ ଆଖି ତୋ ଖରାପ ହେଲା।

  ସତେ ଖରାପ ମୁଁ ହେଇ ଗଲି

  ଦୋଷ ମୋର ଏହି ଅଧିକ ଭାବୁଛି

  ଅଧିକ ବାଣ୍ଟୁଛି, କମ୍ ବି ଟିକେ ମାଗଇ।

  ଏଠି ସବୁ ତ ଭୁଲ୍ ଅଟଇ।

  ଠିକ୍ ଖାଲି ଏଠି ଚୁପ୍ ରହିବା 

  ଅନ୍ଧ ଭଳି ଚାହିଁ ବଧିର ପାଲଟି ଯିବା।

  ଆଉ ନିଜକୁ ବଦଳାଇ ଦେବା।

  ସବୁ ତ କରନ୍ତି ଅଭିନୟ ଏଠି

  ଅଭିନୟ କରିଯିବା।

  

  

  

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy