ଶେଷ ନିଷ୍ପତ୍ତି ପୂର୍ବରୁ
ଶେଷ ନିଷ୍ପତ୍ତି ପୂର୍ବରୁ


ସବୁ ଆଶାକୁ ରଖେ ଗୋଟିଏ ସରଳରେଖାରେ
ସବୁ ଇଛାକୁ ଏକତ୍ର ଏକାନ୍ତ କରେ ମନ
ଅନେକ ଆକାଂକ୍ଷାର ଆଇନାକୁ ପରିଷ୍କାର କରି
ନିଜ ହାତରେ ଧୂଳିପକାଏ ଦେଖିଥାଏ ଯେତେ ସପନ,
ଶେଷ ନିଷ୍ପତ୍ତି ପୂର୍ବରୁ ଲୁହକୁ ଲୁହରେ ଭସାଇବାକୁ ହୁଏ;
ଏକାଗ୍ର ହୁଏ, ତ୍ୟାଗ କରେ ଯେତେ ପ୍ରୀତିସ୍ନେହ
ନିର୍ଦୟ ନିଷ୍ଠୁରତାରେ ନିଜକୁ କରିବାକୁ ଚାହେଁ ଶୂନ
ଅସହାୟରୁ ଅସମ୍ଭବ ଶକ୍ତିରେ ହୁଏ ସେ ପରିଣତ
ଭୁଲିବାକୁ ହୁଏ ତାକୁ ମାନ-ସମ୍ମାନ ନିନ୍ଦା ଅବା ଅପମାନ,
ଶେଷ ନିଷ୍ପତ୍ତି ପୂର୍ବରୁ ନିଜ ମୁହେଁ ନିଜେ ନିଆଁ ଦେବାକୁ ହୁଏ;
ନିଜ ଭିତରେ ଥିବା ବିବେକକୁ ମାଗିବାକୁ ହୁଏ କ୍ଷମା
ଈଶ୍ୱରଙ୍କୁ ସାକ୍ଷୀ ରଖି ବାଛିବାକୁ ହୁଏ ଏକ ନୂଆ ଜୀବନ
ଅବହେଳିତ ହୃଦୟ ଓ ମନ ହସନ୍ତି ମୁର୍ଖ ପରି ସେଇଠି
ମସ୍ତିଷ୍କ ନୀରବ ଥାଏ, ଅନ୍ତଃର ମନଟା ଥାଏ ସମୟ ଚରଣ,
ଶେଷ ନିଷ୍ପତ୍ତି ପୂର୍ବରୁ ପାଦ ଶକ୍ତ ପାଇଁ ଚାଲିବାକୁ ହୁଏ।