STORYMIRROR

Anuja Behera

Abstract Inspirational

3  

Anuja Behera

Abstract Inspirational

ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ

1 min
351


ବାଦ ବିବାଦର ଜଞ୍ଜାଳ ଭିତରେ ଶୁଭେ ଖାଲି ପ୍ରତିବାଦ

ଜନ୍ମ ଜାତନାଠୁ ଯୁଇ ଯନ୍ତ୍ରଣାରେ ପଡ଼ଇ ଯେ ପୂର୍ଣ୍ଣଚ୍ଛେଦ, 


ଛନ୍ଦାପଥ ଏଇ ଛନ୍ଦ କପଟରେ ଛନ୍ଦେ ଜୀବନର ମୋଡ଼

ଛିଡ଼ି ଛିଡି ଯାଏ ଜୀବନ ଆୟୁଷ ଭାଙ୍ଗେ ପୁଣି ବଳବାଡ, 


ଚୂର୍ଣ୍ଣ ହେବ ଦିନେ ଗର୍ବ ଅହଙ୍କାର ପୁର୍ଣ୍ଣ ହେବ ପାପ ପେଢ଼ି

ଜନ୍ତୁପତି ପୁଣି ଅଙ୍କ ଫେଡିବେ କଲା କର୍ମମାନ ଯୋଡ଼ି, 


ଜୀବନଟା ଗୋଟେ ମରୀଚିକା ବାକ୍ୟ ପୂର୍ଣ୍ଣଛେଦ ପରେ ଶେଷ

ପଞ୍ଚ ଭୂତାଦୀରେ ଲୀନ ହେବ ଜୀବ ବଳିବ ଖାଲି ପାଉଁଶ, 


ଜୀବନ ବାଟର ଅଙ୍କାବଙ୍କେ ପଥେ ଘଞ୍ଚ କଣ୍ଟାର ଜଟି

ଜୀଇଁବାକୁ ହେବ କଣ୍ଟାପରେ ଚାଲି ବୁଢିଆଣୀ ଜାଲ କାଟି, 


ଛେଦ ବିଛେଦର ସମ୍ପର୍କ ଭିତରେ ନୀତି ପଡେ ପୂର୍ଣ୍ଣଚ୍ଛେଦ

 ଜୀବନ ଜମୁନା ହୋଇ ଆନମନା ବହେ କଳଙ୍କ ବଉଦ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract