Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anuja Behera

Abstract Inspirational

3  

Anuja Behera

Abstract Inspirational

କଉଠି ହଜିଲା ମୋ ଗାଁ

କଉଠି ହଜିଲା ମୋ ଗାଁ

1 min
348


କଉଠି ହଜିଲା ମୋ ଗାଁ

ମୋ ଗାଁ ବଣ ବିଲ ପାହାଡ଼
ପ୍ରାକୃତିକ ସେଇ ଦୃଶ୍ୟ ରାଜି
ଯଉଠି ଥିଲା ସେଇଠି ଅଛି ରହି....
ହେଲେ...
ଲାଗୁନି ଆଜି ଚଳ ଚଞ୍ଚଳ
ଲକ୍ଷେ ନିଦନେଇ ନିଘୋଡେ ଘୁମେଇ
ସତେକି ଯାଇଛି ଶୋଇ ,...

ଗାଁ ଆଖଡାରେ 
ସେକାଳ ବେଳାରେ
ଶୁଭୁଥିଲା ଦିନେ
ପ୍ରଭୁ ମୁଖରିତ ଗୀତା ଭାଗବତ ବାର୍ତ୍ତା
ଶୁଭୁନାହିଁ ଆଉ 
ନାମ ସଙ୍କିର୍ତ୍ତନ ଜଣାଣ ଭଜନ
ଭଲ ମନ୍ଦ ଆଦି ଚର୍ଚ୍ଚା....

ଲାଗେ ଆଜି ଫିକା ସେ କୋଠା ଆଖଡ଼ା
ରୁଣ୍ଡିତ ଆଜିର ଛୁଆ
ମଦାଦି ବିଷାକ୍ତ ଚାଲିଛି ନିସାକ୍ତ
ତାସ ପାଲୀର ଜୁଆ .....

ବାସୁ ନାହିଁ ଆଉ ସାଧବ ଘରର
ଝାଟି କୁଡ଼ିଆରେ
ଲିପା ଗୋବରର ବାସ୍ନା
ଝୁଟି ଚିତା ନାହିଁ
ଅଗଣାର  ଚଉରା ମୂଳରେ
ସଂଧ୍ୟା ଦିପ ନାହିଁ
ଫିକା ଲାଗେ ପୁଣି ପୂର୍ଣ୍ଣିମା ରାତିରେ
ଜହ୍ନ ଆଲୁଅର ଜୋସ୍ନା.....

ଜଣାପଡୁ ନାହିଁ ବାରବରସରେ ତେର ପରବ
ଖୁଦୁରୁକୁଣି ଆଉ ଗାଁ ବଧୂର ସାବିତ୍ରୀ ବ୍ରତ
ହଜିଲାଣି ପୁଣି ଅନେକ ଜାତ
ଶୁଭୁନାହିଁ ଆଉ ରଜ ପରବରେ
କୁଆଁରୀ ଝିଅର ଗୀତ....

ହତଶିର ଆଜି ମୋ ଗାଁ ଲାଗୁଛି
ନାହିଁ ଆଉ ସେଇ ବେଳ
ହେଉନାହିଁ ଆଉ ସଂଧ୍ୟା ସମୟରେ ଜହ୍ନ ଆଲୁଅରେ
ସନ୍ଧ୍ୟା ମେଳନ ପିଲା ବହୁଚୋରି ଖେଳ...

ଏ ଆଖି ଆଉ ଦେଖିପାରୁନିରେ
କଂସେ ପଖାଳକୁ ଶୁଖୁଆ ଭଜା
କଅଁଳ ଖରାରେ ମଶିଣା ପଟିରେ
ସକାଳ ଗଣିତ କସା
ମେଡାମ୍ ଏଠି ମଡେନ ସାଜୁଛି
ଭୁଲିଗଲାଣି ଭାଲୁକୁଣି ଆଉ ଲକ୍ଷ୍ମୀ ଠାକୁରାଣୀ ଓଷା ...

ଘଣ୍ଟ ମୃଦଙ୍ଗ ସର୍ବେ ହୋଇ ସଙ୍ଗ
ରାମନାମ ଧରି କରୁନାହିଁ ଏବେ
ମୋ ଗାଁ ପରିକ୍ରମ 
ପ୍ରଭୁ ପ୍ରେମ ନାହିଁ ନାମଯଜ୍ଞ ନାହିଁ
ଗଲାକି ଉଭେଇ
ଶୁଭୁନାହିଁ ଏବେ ହରେକୃଷ୍ଣ ହରେ ରାମ ...।।।।।।

ସ୍ରଷ୍ଟା --  ଅନୁଜ ବେହେରା
           ଗୌରଙ୍ଗପାଟଣା , ରମ୍ଭା ,ଗଞ୍ଜାମ
           ମୋ - 8555949493


Rate this content
Log in

Similar oriya poem from Abstract