STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ମନର ବଳ

ମନର ବଳ

1 min
303


ମୋହ ଛାଡ଼, ସଂସାର ଛାଡ଼ ଓ ସମ୍ପର୍କ ଛାଡ଼ 

ଧନ ଛାଡ଼, ସମ୍ପତି ଛାଡ଼ ଓ ପଦପଦବୀ ଛାଡ଼

ଅର୍ଥ ଲୋଭ ଛାଡ଼, ଏ ରଙ୍ଗର ଦୁନିଆ ଛାଡ଼ 

ମନର ବଳ ଅଛି ତୋର, ତୁ ଏ ସମାଜ ଛାଡ଼,


ତୁ ଲୁହରେ ଅଟକିଯିବୁନି ଅଟକିଯିବାଟା ମୋହ

ଦୁଃଖ ଦେଖି ଅଟକିଯିବୁନି ଲୁହ ବି ଏକ ମୋହ

କରିବାକୁ ହେବ ତୋତେ ତୋ' ପଥ ପରିବର୍ତ୍ତନ

ନିଜକୁ ନିଜେ ମାରି ପୁଣି ଜନ୍ମ ନେବ ନୁଆ ଜୀଵନ,


ତୁ ଅଟକିଲେ ସାଜିବୁ ଦୁର୍ବଳ ଚାଲିଲେ ଶକ୍ତିଶାଳୀ 

ସବୁ ତ୍ୟାଗିବୁ, ଛାଡ଼ିବୁ ସ୍ନେହ, ମୋହର ପରିବାର

ଏବେ ତୋତେ ନିଷ୍ପତ୍ତି ନେବାକୁ ହେବ ଏକାକୀ

ଈଶ୍ୱର ବ୍ୟତୀତ ବାକି ସବୁ କିଛି ଏଠି ତୁଚ୍ଛ ମିଛର।


ପ୍ରଶ୍ନ ତୋର ପାପ ଅଭିଯୋଗ ତୋର ଦୋଷ ତ୍ରୁଟି 

କହିଲେ କଥା ହୁଏ ବିଷ, ତୋ' ବିବେକ ଯିବ ଫାଟି

ତୋ'ଲୁହ ବ୍ୟର୍ଥ ତୋ' କଥାରେ ଅନର୍ଥ ତୁ ଗୋଟେ ମାଟି

ଏ ସଂସାର ତୋ' ପାଇଁ ନୁହେଁ ତୁ ଯା' ରେ ଏଠୁ ହଟି।


Rate this content
Log in

Similar oriya poem from Abstract