ଅଲଣା ଜୀବନ
ଅଲଣା ଜୀବନ


ଏ ସବୁଜିମାଭରା ପୃଥିବୀ ବକ୍ଷରେ ଦିଶେ
ସକାଳର ସୂର୍ଯ୍ୟ ଓ ସନ୍ଧ୍ୟାର ମନ୍ଦିର ଆଳତୀ
ଆଉ ରଜନୀରେ ଆକାଶର ଜହ୍ନର ଆଲୋକ
କେବେ ଅମାବାସ୍ୟା ତିଥି କେବେ ପୂର୍ଣ୍ଣମୀ ଅତିଥି
ହେଲେ ଏ ଜୀବନରେ ଗ୍ରୀଷ୍ମେ ବି ଓଦା ହୁଏ ଆଖି
ଶ୍ରାବଣରେ ଆଖିରେ ଲୁହର ନିଆଁରେ ପୋଡ଼େ ମନ
ସୁଖର ମେଳା ପ୍ରତିକ୍ଷଣେ ହେଉଥାଏ ଉଦଯାପନ
ଭାଗ୍ୟବାଦୀ ଏବେ ହୃଦୟ ଦେଖେ ନକ୍ଷତ୍ର ଓ ତିଥି।
ନୀତି, ଆଦର୍ଶ, ନିୟମ, ସଂସ୍କାର ସମୟର ଦାନ
ସମୟ ବଦଳାଏ ମଣିଷ, ସମ୍ମାନ ପାଲଟେ ଅପମାନ
ଏ ମଣିଷ ପାଖରେ ବହୁତ ସାଧନ ତଥାପି ଶୂନ
ଧନ-ସମ୍ପତ୍ତିର ମୋହ ମାୟାରେ ଆଜି ସମାଜର ଦୁଃସ୍ଥିତି
କାହା ଜୀବନରେ ଶାନ୍ତି ନାହିଁ ଅଛି ମିଛ ହସର ରଙ୍ଗ
କାହା ମନରେ ସନ୍ତୁଷ୍ଟି ନାହିଁ ଅଛି ଅସନ୍ତୋଷର ଭିତ୍ତି
ଅର୍ଥର ପିପାସୁ ବିଳାସର ଭୋକେ ମଣିଷର ପ୍ରକୃତି
ଉପଦେଶ ଶିକ୍ଷା ଦୀକ୍ଷା ସବୁ ସତେ କେବଳପୋଥି।